ଯାଜପୁରରୋଡ୍ ଥାନା ଖଣ୍ଡାହତା ଛକରେ ମର୍ମାନ୍ତୁଦ ଦୁର୍ଘଟଣା,ବାଲି ବୋଝେଇ ଡମ୍ଫର ଧକ୍କାରେ ବାଇକ୍ ଆରୋହୀ ମୃତ
ଯାଜପୁର;୨୦/୦୨: (ନିପ୍ର) ଯାଜପୁର ରୋଡ୍ ଥାନା ଖଣ୍ଡାହତା ଛକରେ ମର୍ମାନ୍ତୁଦ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଡମ୍ଫର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟ୍ । ମୃତ ଯୁବକ ଯଖପୁରା ଗ୍ରାମର ନନ୍ଦ ମଲ୍ଲିକଙ୍କ ପୁଅ କାହ୍ନୁ ମଲ୍ଲିକ ବୋଲି ଜଣାପଡ଼ିଛି। ରାଛିପୁର ଶନି ମନ୍ଦିରରୁ ଠାକୁର ଦର୍ଶନ କରି ଫେରୁଥିବା ସମୟରେ ଯୁବକଙ୍କ ମୃତ୍ୟ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିି OR14S-8033 ଗାଡିଟିକୁ ଜବତ କରି ତଦନ୍ତ ଚଳାଇଛି।ଜିଲ୍ଲାର ଅଧିକାଂଶରେ ଦୁର୍ଘଟଣା କମିବାର ନା ଧରୁନି। ଗାଡି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯାଉଛି।
Live Share Market