ବେଆଇନ ଗୋରୁ ଚାଲାଣ ସମୟରେ ଏକ ସଡକ ଦୁର୍ଘଟଣରେ ପ୍ରାୟ ୨୮ଟି ଗୋରୁ ପ୍ରାଣ ହରାଇଥିବା ସ୍ଥଳେ ୮ରୁ ଅଧିକ ଗୋମାତା ଆହତ ଅବସ୍ଥାରେ ଚିକିତ୍ସାଧିନ
ବାଲେଶ୍ୱର/ବସ୍ତା;୧୮/୦୨: (ମୃତ୍ୟୁଞ୍ଜୟ ବାରିକଙ୍କ ଠାରୁ) ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀଛକ ନିକଟରେ ବେଆଇନ ଗୋରୁ ଚାଲାଣ ସମୟରେ ଏକ ସଡକ ଦୁର୍ଘଟଣା ଯୋଗୁଁ ପ୍ରାୟ ୨୮ଟି ଗୋରୁ ପ୍ରାଣ ହରାଇଥିବା ବେଳେ ୮ରୁ ଅଧିକ ଗୋମାତା ଆହତ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି I ଏହା ଏକା ଅତ୍ୟନ୍ତ ଘୃଣ୍ୟ ଏବଂ ଜଘନ୍ଯ ଅପରାଧ I ଖବର ପାଇବା କ୍ଷଣି ସ୍ଥାନୀୟବସ୍ତା ଥାନା ଅଧିକାରୀ ଏବଂ ବସ୍ତା ତହସିଲଦାର,ଜିଲ୍ଲାପାଳ,ଏସ ଡି ପି ଓ ଘଟଣା ସ୍ଥଳରେ ପହଁଚି ଏହାର ତଦନ୍ତ କରିଥିଲେ। ଏହା ଏକ ବେଆଇନ ଭାବେ ଗୋମାତାଙ୍କ ହତ୍ୟା ନିମନ୍ତେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଚାଲାଣ କରାଯାଉଛି ବୋଲି ତଥ୍ୟ ପ୍ରକାଶ ପାଇଛିI ବ୍ୟାପକ ଭାବେ ଗୋମାତାଙ୍କ ବେଆଇନ ଚାଲାଣରେ ପ୍ରଶାସନିକ ଶିଥିଳତାର ପ୍ରମୁଖ ଭୂମିକା ରହିଛି I ଜାତୀୟ ରାଜପଥରେ ପୁଲିସର ଆଖି ସାମ୍ନାରେ ବିଭିନ୍ନ ଟୋଲ୍ ଗେଟ୍ ଦେଇ ବେଆଇନ ଗୋରୁ ଚାଲାଣ ହେଉଛି ତଥାପି ପୁଲିସ ପ୍ରଶାସନ ଏହାର ଟେର୍ ପାଉନି, କିନ୍ତୁ ସାଧାରଣ ଜନତା ଏହାର ଖବର ପାଇ ଟ୍ରକ ଅଟକାଇ ପୁଲିସକୁ ଖବର ଦେଇଥିବାର ଦେଖାଯାଉଛିIକେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଟୁଇଟ୍ ମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଓଡିଶା ପୋଲିସ ଡିଜି ତଥା ଜିଲ୍ଲା ପ୍ରଶାସନକୁ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ଉପରେ ନଜର ରଖିବା ଓ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।