‘ଦୁର୍ଲ୍ଲଭ କଳା ପରିଷଦ’ର ୮ମ ବାର୍ଷିକୋତ୍ସବ ଅନୁଷ୍ଠିତ; କଳା ସମାଜକୁ ସୃଜନଶୀଳ, ସଂଗୀତ ମଣିଷକୁ ସରସ ସୁନ୍ଦର ଓ ଦୀର୍ଘାୟୁ କରେ-ଡ଼ଃ ଘଡାଇ
ବ୍ୟାସନଗର, ୧୭/୨: ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ର ୮ମ ବାର୍ଷିକୋତ୍ସବ, ଦୁର୍ଲ୍ଲଭ କଳା ସମ୍ମାନ-୨୦୨୧ ପ୍ରଦାନ ସମାରୋହ, ମା’ ସରସ୍ୱତୀଙ୍କ ପୂଜା, ଭଜନ ସନ୍ଧ୍ୟା ଓ ନୃତ୍ୟ କାର୍ଯ୍ୟକ୍ରମ ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପୂର୍ବତନ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଥିଲେ ମଣିଷ ଜୀବନକୁ ସଂଗୀତ ସରସ, ସୁନ୍ଦର କରିବା ସହ ଦୀର୍ଘାୟୁ କରେ । ସମାଜର ହିତ ଓ ଭାଇଚାରା ବୃଦ୍ଧି ପାଇଁ ସୁସାହିତ୍ୟର ଆବଶ୍ୟକତା ଥିବାରୁ ରାଜନେତାମାନେ ଏ ଦିଗରେ ଯତ୍ନଶୀଳ ଉଦ୍ୟମ କରିବା ଉଚିତ୍ । ରାଜନୀତିକୁ ବ୍ୟବସାୟିକ ତଥା ବ୍ୟୟବହୁଳ ନ କରି ବରଂ ସମାଜର ସୁସ୍ଥତା ପାଇଁ ସୃଜନଶୀଳ ପରିବେଶ ସୃଷ୍ଟି ପାଇଁ ଜନପ୍ରତିନିଧିମାନେ ବଦ୍ଧପରିକାର ହେବା ବିଧେୟ ବୋଲି ଡ଼ଃ ଘଡ଼ାଇ ମତପୋଷଣ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ଯୋଗ ଦେଇ ‘ଉଦୟବଟ’ର ବର୍ଷ ତମାମ ଚାଲିଥିବା କାର୍ଯ୍ୟକ୍ରମର ଭୂୟସୀ ପ୍ରଂଶସା କରିବା ସହ ଏହା ସ୍ଥାନୀୟ ଅଂଚଳରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ପ୍ରୟାସ ଜାରୀ ରଖିଛି ବୋଲି କହିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ଯାଜପୁର ଜିଲ୍ଲା ବନ୍ୟପ୍ରାଣୀ ୱାଡ଼େନ କୈଳାସ ଚନ୍ଦ୍ର ସାସମଲ, ସମାଜସେବୀ ବିଶ୍ୱଜିତ୍ ମହାନ୍ତି, ସୁସାହିତ୍ୟିକ ତଥା ଶିକ୍ଷାବିଦ୍ ଅକ୍ଷୟ କୁମାର ଦାଶ, ନୀଳାଚଳ ଇସ୍ପାତର ପିତାମ୍ବର ଦାଶ ପ୍ରମୁଖ ଯୋଗ ଦେଇ ‘ଉଦୟବଟ’ ଓ ‘ଦୁର୍ଳ୍ଲଭ କଳା ପରିଷଦ’ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରୀ ରଖିଥିବାରୁ ସାଧୁବାଦ ଜଣାଇବା ସହ ଏହି ଧାରା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । କଳାକୁ ବଂଚାଇ ରଖିବାରେ ଓ ସର୍ବୋପରି ବ୍ୟାସନଗର ଅଂଚଳରେ କଳାର ବିକାଶରେ ‘ଦୁର୍ଲ୍ଲଭ କଳା ପରିଷଦ’ର ଭୂମିକା ପ୍ରଶଂସନୀୟ ବୋଲି ବକ୍ତାମାନେ କହିଥିଲେ । ବିଶେଷକରି କୁନି କୁନି ପିଲାଙ୍କ ମଧ୍ୟରେ ଥିବା କଳା ପ୍ରତିଭାର ଅନ୍ୱେଷଣରେ ପରିଷଦର କାର୍ଯ୍ୟ ଉଲ୍ଲେଖନୀୟ ଅଟେ । ଏହି ଅବସରରେ ବିଷିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରିୟରଂଜନ ବାନାର୍ଜୀ (ସପନ ଦାଦା), ବରିଷ୍ଠ କଣ୍ଠ ଶିଳ୍ପୀ ତଥା ଘୋଷକ ଦୀପକ ରଂଜନ ପାଣିଗ୍ରାହୀ, ତବଲା ବାଦକ ଅଭୟ କୁମାର ମିଶ୍ର, ସଂଗୀତପ୍ରେମୀ ଓ ନାରୀନେତ୍ରୀ କମଳୀନି ସାମଲ, ସମାଜସେବୀ ଓ ଅନୁଷ୍ଠାନପ୍ରେମୀ ଉପେନ୍ଦ୍ରନାଥ ମହାନ୍ତି ପ୍ରମୁଖଙ୍କୁ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସହଯୋଗୀ ସଂପାଦକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ପରିଷଦର ମୁଖ୍ୟ ବିଦ୍ୟୁତ୍ପ୍ରଭା ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ ଦୀପକ ରଂଜନ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗାୟକ ଦୁଷ୍ମନ୍ତ ରାଉତ, ଅଭୟ କୁମାର ସ୍ୱାଇଁ, ବସନ୍ତ କୁମାର ପାତ୍ର, ଭାରତ ଭୂଷଣ ରାଉତ, ବିଦ୍ୟୁତ୍ପ୍ରଭା ରାୟ, ବିଶ୍ୱଜିତ୍ ମହାନ୍ତି, କଳିଙ୍ଗ କେଶରୀ ରାଉତ, ହିତାଗ୍ନୀ ମିଶ୍ର ପାତ୍ର ପ୍ରମୁଖ କଣ୍ଠଦାନ କରିଥିବା ବେଳେ ସ୍ଥାନୀୟ ଝାଟିଆସାହିର ‘ଝୁମକା ଡ୍ୟାନ୍ସ ଗୃପ’ର ଚନ୍ଦନ ଓ ସାଥିମାନଙ୍କ ନୃତ୍ୟ ବେଶ ମନଛୁଆଁ ହୋଇଥିଲା । ନୃତ୍ୟ କାର୍ଯ୍ୟକ୍ରମକୁ ଗୁରୁ ବିକାଶ ଦାସ ଓ ସସ୍ମିତା ଦାସ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁମନ ରାୟ, ପ୍ରଫୁଲ୍ଲ ବାରିକ, ରାହାସ ବିହାରୀ ପଣ୍ଡିତ୍, ସୈାଭାଗ୍ୟ ମୁଦୁଲି, ଅଭୟଲୋଚନ ନାୟକ, ସମୀର ମିଶ୍ର, ସଚ୍ଚିଦାନନ୍ଦ ନାଥ, ସଂଜୟ ସ୍ୱାଇଁ, ସୁମନ୍ତ ରାଉତ, ସୈାମ୍ୟ ପ୍ରକାଶ ଦଳାଇ, ଗୈାରୀଶଙ୍କର ପତି, ସୁମିତ୍ରା ମିଶ୍ର, କାଂଚନ ନାୟକ, ଗୋଲାପ ମଲ୍ଲିକ, କୁନା ବିଶ୍ୱାଳ, ନିତ୍ୟାମନ୍ଦ ମହାରଣା ପ୍ରମୁଖ ସହଯୋଗ କରିଥିଲେ । ଆଖପାଖ ଅଂଚଳର ବହୁ ବ୍ୟକ୍ତି ସଂଗୀତ ସନ୍ଧ୍ୟା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।