ଜଳେଶ୍ୱର କଂଗ୍ରସ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ‘ଓଡିଶା ବନ୍ଦ’ ଡାକରା ସଫଳ
ବାଲେଶ୍ୱର/ଜଳେଶ୍ୱର;୧୫/୦୨:(ବ୍ରଜ ଗୋପାଳ ସେନଙ୍କ ଠାରୁ)
କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଆଜି ଜଳେଶ୍ୱର କଂଗ୍ରସ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ‘ଓଡିଶା ବନ୍ଦ’ ଡାକରା ଦିଆଯାଇଥିଲା। କେଦ୍ରସରକାର ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶ ଛୁଆଁ ଦର ବୃଦ୍ଧି ବିରୁଦ୍ଧରେ ଏହି ଓଡ଼ିଶା ବନ୍ଦର ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ରାଜ୍ୟ କଂଗ୍ରେସର ପ୍ରବକ୍ତା ସୁଦର୍ଶନ ଦାସ, ଭୋଗରାଇ ରେ ଆଶିଷ ପାତ୍ର ଙ୍କ ନେତୃତ୍ୱରେ ବନ୍ଦ କରାଯାଇଥିଲା। ବସ୍ତା,ଓ ବାଲିଆପାଳ ବିଜନ ନାୟକନଙ୍କ ନେତୃତ୍ୱରେ ବନ୍ଦ କରଯାଇଥିଲା । ଜଳେଶ୍ୱରର ଷ୍ଟେସନ ବଜାର, ବଡ଼ ବଜାର,60 ନଂଜାତୀୟ ରାଜପଥ, ନାମ୍ପୋ ଓ ଭୋଗରାଇର କୋମର୍ଦ୍ଧା ଓ ଭୋଗରାଇ ଠାରେ କଂଗ୍ରେସ କର୍ମୀ ମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା। ଓଡିଶା ଏବଂ ପଶ୍ଚିମବଗଂ ସୀମାନ୍ତବର୍ତୀ 60 ନମ୍ବର ଜାତୀୟ ରାଜପଥ ର ଲକ୍ଷ୍ଣଣନାଥ ଟୋଲଗେଟ ଠାରେ ସୁଦାମ ପତ୍ର, ଗିରିଜ ଶଙ୍କର ଦାସଙ୍କ ନେତୃତ୍ୱ ରେ ଜାତୀୟ ରାଜପଥ ବନ୍ଦ କରାଯାଇ ଥିଲା ।ଫଳରେ ରାସ୍ତା ର ଦୁଇ ପାର୍ଶ୍ବ ରେ ହଜାର ହଜାର ଗାଡି ଛିଡା ହୋଇ ରହିଥିଲା ।