ତିହିଡି ଗୁଆମାଳ ପଂଚାୟତରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ତିହିଡ଼ି,୧୦/୨(ସନ୍ତୋଷ କୁମାର ପଣ୍ଡାଙ୍କ ଠାରୁ): ଭଦ୍ରଖ ଜିଲ୍ଲା ତିହିଡ଼ି ବ୍ଲକର ଗୁଆମାଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଆଜି ବୁଧବାର ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଏବଂ ମୋ’ ସରକାର ଯୋଜନାର କାର୍ଯ୍ୟକାରିତା ପଂଚାୟତ ସ୍ତରରେ ଦେଖିବାକୁ ମିଳିଛି । ଗୁଆମାଳର ଦକ୍ଷ ତଥା ଯୁବ ସରପଂଚ ପ୍ରଦୀପ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବି.ଡି.ଓ ବସନ୍ତ କୁମାର ସାହାଣୀ, ଥାନା ଅଧିକାରୀ ରମେଶ ସିଂହ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତ୍‌ଲତା ନାୟକ, ଉପାଧ୍ୟକ୍ଷ ମାନସ ପାଠୀ, ଜିଲ୍ଲା ପରିଷଦ ସଦସ୍ୟ ଚିନ୍ତାମଣୀ ଦାଶ, ସମିତି ସଭ୍ୟା ଗୀତାଞ୍ଜଳି ଖୁଟିଂଆଙ୍କ ସମେତ ବ୍ଲକ ସ୍ତରୀୟ ପ୍ରାୟ ସମସ୍ତ ବିଭାଗୀୟ ଅଧିକାରୀ ଏଥିରେ ଯୋଗ ଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା, ସୁବିଧା/ଅସୁବିଧା ଶୁଣିବା ସହ ସେସବୁର ସମାଧାନ ପାଇଁ ଆଲୋଚନା କରିଥିଲେ । ଆଜିର ଶୁଣାଣୀରେ ବିଶେଷକରି ବାର୍ଦ୍ଧକ୍ୟ ଭତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ଼, ସ୍ୱଚ୍ଛ ଭାରତ ଯୋଜନା ଆଦି ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପ୍ରସଙ୍ଗ ଉଠିବା ସହ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଉପରେ ଉପସ୍ଥିତ ଅଧିକାରୀମାନେ ଜନସାଧାରଣଙ୍କୁ ଭରସା ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close