କେନ୍ଦ୍ର ସରକାର   ଶ୍ରମ ଆଇନ ସଂଶୋଧନ ଓ ୩ଟି କୃଷି ଆଇନକୁ ପ୍ରତିବାଦ କରି ଚିଠା ନକଲକୁ ପୋଡିଲେ ମିଳିତ ଶ୍ରମିକ ସଂଗଠନ

ବ୍ୟାସନଗର: ଆଜି ତା 3.2.2021ରିଖ କେନ୍ଦ୍ରରେ ବି ଜେ ପି ସରକାର ମହାମାରୀ କରୋନା ସମୟରେ ସମ୍ବିଧାନ କୁ ଉଲଘଂନ କରି ଅଗଣତାନ୍ତ୍ରିକ ଭାବେ ଅଧ୍ୟାଦେଶ ଜରିଆରେ 44ଗୋଟି ଶ୍ରମ ଆଇନକୁ ସଂଶୋଧନ କରି 4ଗୋଟି କୋର୍ଡ ରେ ପରିଣତ କରିବା, କୃଷକମାନଙ୍କର ଦାବିକୁ ଉପେକ୍ଷିତ କରି ବଡ଼ ବଡ଼ କର୍ପୋରେଟ ହାଉସର ରକ୍ଷ୍ୟା କବଚ ସାଜି 3ଗୋଟି କୃଷି ବିଲ ପାସ କରିବା ଓ 22ଗୋଟି ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ ନିଷ୍ପତି ନେଇଥିବା ବେଳେ 70ଦିନ ଧରି ଆନ୍ଦୋଳନ ରତ କୃଷକ ମାନଙ୍କ ସହିତ ସମାଧାନର ବାଟ ବାହାର କରିବା ପରିବର୍ତ୍ତେ ମୁକାବିଲା ମନୋବୃତ୍ତିକୁ ପ୍ରତିବାଦ କରି ଆଜି ଯାଜପୁର ଜିଲ୍ଲା ଆଇ ଏନ ଟି ୟୁ ସି, ସି ଆଇ ଟି ୟୁ ଓ ଏ ଆଇ ୟୁ ଟି ୟୁ ସି ପକ୍ଷରୁ ମିଳିତ ଭାବେ ବ୍ୟାସନଗରସ୍ଥିତ ଗୋପବନ୍ଧୁ ଛକ ଠାରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷ୍ୟତାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା !ଏହି ସଭାରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଏ ଆଇ ୟୁ ଟି ୟୁ ସି ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ର ଆବାହକ ରଞ୍ଜନ କୁମାର ନାୟକ, ଆଇ ଏନ ଟି ୟୁ ସି ର ନୃସିଂହ ଚରଣ ପହି, ନାରାୟଣ ଚନ୍ଦ୍ର ନାୟକ, ପରମାନନ୍ଦ ସେଠୀ, ଚନ୍ଦ୍ରକାନ୍ତ ଖଣ୍ଡାଇ, ବିଜୟ କୁମାର ବୋଇତାଇ, ଜଗବନ୍ଧୁ ନାୟକ, ପଦ୍ମନାଭ ନାୟକ,ନିରଞ୍ଜନ ପରିଡା, ସତ୍ୟପ୍ରକାଶ କୁଅଁର,  ସି ଆଇ ଟି ୟୁ ର ନିର୍ମଳ ରଥ, ବିଜୟଲକ୍ଷ୍ମୀ ମହାନ୍ତି, ବେବିନା ଜେନା, ସନ୍ତୋଷ ବରାଳ ପ୍ରଣବଜି, ୟୁ ଟି ୟୁ ସି ର ବିଜୟ କୁମାର ମହାନ୍ତ, ରାଜକିଶୋର ମହାନ୍ତ, ଆଇ ଏନ ଟି ୟୁ ସି ର ଅଭିନ୍ନ ମଳିକ, ଭରତ ସାହୁ,ରବି ଥାନଦାର,  ସୁନାରାମ ଟୁଡୁ, ଭାରତୀ ପରିଡା, ଏସ କେ କରିମ ପ୍ରମୁଖ ଏହି ପ୍ରତିବାଦ ସଭା ରେ ଉଦବୋଧନ ଦେବା ସହ ମୋଦି ସରକାର ଙ୍କ ଏକ ଛତ୍ରବାଦୀ ନୀତି କୃଷକ ମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନ ରେ ସାମ୍ପ୍ରଦାୟିକ ଶକ୍ତି ମାନଙ୍କୁ ଲଗାଇ ଗୁଣ୍ଡାରାଜ କରିବା, କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ କାରଖାନା କୁ ଘରୋଇକରଣ କରିବା, କରୋନା ମହାମାରୀ ସମୟ ରେ ମଧ୍ୟବିତ୍ତ ପରିବାର ଓ ଶ୍ରମିକ କର୍ମଚାରୀ ମାନଙ୍କୁ କୌଣସି ପ୍ୟାକେଜ ଘୋଷଣା ନକରିବା, ଆଦାନୀ ଓ ଅମ୍ବାନୀ ମାନଙ୍କ ଭଳି ବଡ଼ ବଡ଼ କର୍ପୋରେଟ ହାଉସ ର ପୁଞ୍ଜି 2ଗୁଣ କରିବା ସହିତ ରେଳ, ଦୂର ସଂଚାର, ସେନା ବାହିନୀ, କୋଇଲା ଖଣି, ତୈଳ ନିଗମ ଓ ବ୍ୟାଙ୍କ ବୀମା କୁ ଘରୋଇକରଣ କରି 15କୋଟି ରୁ ଉର୍ଦ୍ଧ ଶ୍ରମିକ କର୍ମଚାରୀମାନଙ୍କୁ ଛଟେଇ କରି ଦେଶରେ କୋଟି କୋଟି ବେକାରୀ ସୃଷ୍ଟି କରିବା ଘଟଣା କୁ ଦୃଢ଼ ନିନ୍ଦା କରାଯାଇଥିଲା ! ସଭା ଶେଷରେ 4ଗୋଟି ଲେବର କୋର୍ଡ ଓ 3ଗୋଟି ଜନବିରୋଧୀ କୃଷି ଆଇନ ର ନକଲକୁ ସମବେତ ଶ୍ରମିକମାନେ ଦୃଢ଼ ବିରୋଧ କରିବା ସହ ନକଲ ଗୁଡିକୁ ପୋଡାଯାଇଥିଲା !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close