କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ‘ସନ୍ ହସ୍ପିଟାଲ’ରେ ନିଆଁ
କଟକ, ୦୧/୦୨ (ସନ୍ତୋଷ ରଥ/ବିଭୂତି ଭୂଷଣ ଜେନାଙ୍କ ଠାରୁ): କଟକର କନିକା ରୋଡ ସ୍ଥିତ ‘ସନ୍ ହସ୍ପିଟାଲ’ରେ ନିଆଁ । ଫଳରେ ହସ୍ପିଟାଲରୁ ପ୍ରବଳ ଧୂଆଁ ନିର୍ଗତ ହେଉଛି । ହସ୍ପିଟାଲ୍ର ଉପର ମହଲାରେ ନିଆଁ ଲାଗିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲିଭାଇବା ପାଇଁ ଘଟଣା ସ୍ଥଳରେ ୫ଟି ଅଗ୍ନିଶମ ଗାଡ଼ି ନିୟୋଜିତ ରହିଛି । ହସ୍ପିଟାଲ୍ରେ ଥିବା ଗୁରୁତରଙ୍କୁ ଅନ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତର । ଖବର ପାଇ ଘଟଣା ସ୍ଥଳରେ ଅନୁଧ୍ୟାନ କରୁଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କମିଶନର, ଡିସିପି, ବିଧାୟକ । ତେବେ ଅଗ୍ନିଶମ ବାହିନୀ ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି । ହସ୍ପିଟାଲର ଉପର ମହଲାରେ ରୋଷେଇ ଘର, ଟ୍ରେନିଂ ସେଣ୍ଟର ଥିବା ବେଳେ ସେଠାରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି । ସମସ୍ତଙ୍କ ସହଯୋଗରେ ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବାରୁ କେହି ଏଥିରେ ଆହତ ହୋଇ ନ ଥିବାର ଜଣାଯାଇଛି ।