ହିତାଧିକାରୀଙ୍କୁ ଭତ୍ତା ଓ ସହାୟକ ଉପକରଣ ପ୍ରଦାନ
ଯାଜପୁର; ୨୮/୦୧(ଶୁଭେନ୍ଦୁ ନାୟକଙ୍କ ଠାରୁ): ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ଭଦ୍ରକ ସ୍ତିତ c r s r ପକ୍ଷରୁ ହିତାଧିକାରୀମାନଙ୍କୁ ବିବିଧ ଭତ୍ତା ଓ ସହାୟକ ସାମଗ୍ରୀ (ଉପକରଣ) ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ୍ତି କରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସାତ ଜଣ ହିତାଧିକାରୀଙ୍କୁ ଭତ୍ତା ଓ ୫୩ ଜଣ ଦିବ୍ୟଙ୍ଗଙ୍କୁ ତିନି ଚକିଆ ସାଇକଲ, ହୁଈଲଚେୟାର, ଶ୍ରବଣ ଯନ୍ତ୍ର, କୃତ୍ରିମ ଅଙ୍ଗ ଇତ୍ୟାଦି ବଣ୍ଟନ କରିଥିଲେ। ଦିବ୍ୟଙ୍ଗ ପ୍ରଶାନ୍ତ ରଣା ଓ ପତ୍ନୀ ଲିଲି ରଣାଙ୍କୁ ବିବାହ ପ୍ରୋଛନ୍ନ ରାଶି ବାବଦକୁ ପଚାଶ ହଜାର ଟଙ୍କାର ଚେକ ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରଦାନ କରିଥିଲେ।
Live Share Market