କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଉତ୍ତରାଞ୍ଚଳର ଅତିରିକ୍ତ ଦାୟିତ୍ୱ
ଯାଜପୁର, ୨୮/୧: କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କୁ ସମ୍ବଲପୁରର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଅତିରିକ୍ତ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ନିରଂଜନ ସାହୁ ଚଳିତ ମାସ ୩୧ ତାରିଖରେ ଅବସର ନେଉଥିବାରୁ ଶ୍ରୀ ସାମଲଙ୍କୁ ଏହି ଦାୟିତ୍ୱରେ ସରକାର ଅବସ୍ଥାପିତ କରିଛିନ୍ତି ବୋଲି ଯାଜପୁରର ସୂଚନା ଓ ଲୋକ ସଂର୍ପକ ଅଧିକାରୀ ସନ୍ତୋଷ କୁମାର ସେଠୀ ଜଣାଇଛନ୍ତି । ଶ୍ରୀ ସାମଲଙ୍କୁ ଯାଜପୁରର ବହୁ ବୁଦ୍ଧିଜିବୀ, ସଂସ୍କୃତି ପ୍ରେମୀ ଓ ଜିଲ୍ଲାବାସୀ ଏଥିପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ମା’ ବିରଜାଙ୍କ ନିକଟରେ ତାଙ୍କର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ସାମଲ ଯାଜପୁର ଜିଲ୍ଲାରେ ସଫଳତାର ସହ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଯାଇଛନ୍ତି । ସେ ଏଠାରେ କାର୍ଯ୍ୟ କଲା ବେଳେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିବା ସହ ଜିଲ୍ଲାର ବହୁ ବ୍ୟକ୍ତିବିଶେଷଙ୍କ ଭରସାଯୋଗ୍ୟ ଥିଲେ । ବିଭିନ୍ନ ମହଲରେ ତାଙ୍କର କାର୍ଯ୍ୟଶୈଳୀକୁ ପ୍ରଂଶସା କରାଯାଇଥାଏ । ତାଙ୍କର ଏହି ନୂତନ ଦାୟିତ୍ୱରେ ‘ଉଦୟବଟ’ ଏବଂ ‘ଉଦୟବଟ ଇ-ନ୍ୟୁଜ୍’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି ।