ଫ୍ରେଣ୍ଡସ ଗ୍ରୁପ “ଆଜ କୁଛ ତୁଫାନି କରତେ ହେଁ”ତରଫରୁ ଷଷ୍ଠ ତମ ବନ୍ଧୁ ମିଳନ ଉତ୍ସବ ପାଳିତ
କେନ୍ଦ୍ରାପଡା; ୨୪/୦୧: (ଜ୍ୟୋତିରଞ୍ଜନଙ୍କ ଠାରୁ) “ଫ୍ରେଣ୍ଡସ ଗୃପ ” (ଆଜ କୁଛ ତୁଫାନି କରତେ ହେଁ) ତରଫରୁ ଷଷ୍ଠ ତମ ବନ୍ଧୁ ମିଳନ ଉତ୍ସବ ମାର୍ଶାଘାଇ କେନ୍ଦ୍ରାପଡା ଠାରେ ଅତି ଆଡମ୍ବରରେ ପାଳିତ ହୋଈଯାଇଛି । ଗ୍ରୁପ ର ପ୍ରାଥମିକ ସଦସ୍ୟ ଓ ଅନ୍ୟ ସମସ୍ତ ସଦସ୍ୟ ଙ୍କ ଯୋଗଦାନ ଓ ସହଯୋଗ ରେ ଏହି ଗ୍ରୁପ ର ଷଷ୍ଠ ତମ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ଅନୁଷ୍ଠିତ ହୋଈଯାଇଛି ।ସମସ୍ତ ସଦସ୍ୟଙ୍କୁ ପୁଷ୍ପ ଦେଇ ସ୍ୱାଗତ କରାଯାଇଥିଲା ଓ ଏକ କେକ କଟାଯାଇ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଉତ୍ସବରେ 70 ରୁ 80 ସଦସ୍ୟ ସେମାନଙ୍କ ନିଜର ମତାମତ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଆଲୋଚନା କରିଥିଲେ.। ଏହି ମିଳନରେ ଭଦ୍ରକ ,ବାଲେଶ୍ୱର ,କେନ୍ଦ୍ରାପଡା ,ଯାଜପୁର ,ପୁରୀ ,ଜଗତସିଂପୁର ଓ ଭୁବନେଶ୍ୱର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ। ଆଗକୁ ଅନେକ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନିଆଯିବ ବୋଲି ସହମତି କରାଯାଇଛି । ଏହି ଗ୍ରୁପ ର ସମସ୍ତ ପରିଚାଳନା କାର୍ଯ୍ୟ ନେଇଥିଲେ ସିଂଙ୍କୁ ଭାଇ, ଲିଟୁ ଭାଇ ,କୁଳମଣି ଭାଇ ,କୈଳାଶ ,ହାପି ,ବାପି ,ତୁନିଆ ,ନିଶିକାନ୍ତ ,ଗୋପାଳ ଭାଇ ,ମଙ୍ଗୁ. ସମୀର .ଚନ୍ଦନ. ତପନ ,ହିମାଂଶୁ .କାଳୁ,ରଞ୍ଜନ ,ହାପି,ମନୋଜ ,ଗୌରବ,ଅରୁଣ , ଜ୍ୟୋତି ପାଣିଗ୍ରାହୀ ଓ ଅନ୍ୟ ସମସ୍ତ ସଦସ୍ୟବୃନ୍ଦ।ଏହି ଫ୍ରେଣ୍ଡସ ଗ୍ରୁପ ଆଗକୁ ବଡ଼ ବଡ଼ ପଦକ୍ଷେପ ନେବ ବୋଲି ଆଶା ରଖାଯାଇଛି।