ଦମକଳ ଗୋଳେଇ ଛକ ଠାରୁ ମିଲିଟାରୀ ଛକ ରାସ୍ତା ତୁରନ୍ତ ନ ଖୋଲିଲେ 30 ଜାନୁୟାରୀରେ ଗଣ ସତ୍ୟାଗ୍ରହ ଆୟୋଜନ

ବ୍ୟାସନଗର: କୁଆଁରଦା ଦମକଳ ଛକ ଠାରୁ କଳିଙ୍ଗନଗର ମିଲିଟାରୀ ଛକ ପର୍ଯ୍ୟନ୍ତ 4.5 କି. ମି. ରାସ୍ତା କାର୍ଯ୍ୟ ଆଜକୁ 13 ବର୍ଷ ଧରି ଚାଲିଥିଲେ ମଧ୍ୟ ଏଯାବତ ସମ୍ପୂର୍ଣ ହୋଇପାରିଲା ନାହିଁ ! ଏହି ରାସ୍ତା ବ୍ୟାସନଗର ସହରର ଟ୍ରାଫିକ ସମସ୍ୟା ଦୂର କରିବା ଓ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା ହୋଇଥିବାରୁ ହଜାର ହଜାର ସଂଖ୍ୟାର ଭାରୀଯାନ ଯିବାଦ୍ୱାରା 32 ଜଣରୁ ଉର୍ଦ୍ଧ ନିରୀହ ବ୍ୟକ୍ତି ବିଶେଷ ଦୁର୍ଘଟଣାରେ ପ୍ରାଣ ହରାଇଲେଣି ! ଏହି ରାସ୍ତା କଳିଙ୍ଗନଗର ବାଇ ପାସ ରାସ୍ତା ଭାବେ 2008 ମସିହା ଠାରୁ କାର୍ଯ୍ୟର ଶୁଭାରମ୍ଭ ଓ 33କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ! ପ୍ରଶାସନିକର ଢିଲା ନୀତି ଓ ପୂର୍ତ୍ତ ବିଭାଗର ଦୁର୍ନୀତି ଖୋର ମନୋବୃତ୍ତି ଯୋଗୁଁ ଏହି କାର୍ଯ୍ୟ ନିମନ୍ତେ ତିନି ତିନି ଜଣ ଠିକାଦାର ପରିବର୍ତ୍ତନ କରାଗଲାଣି !ଏପରିକି ଏହି ରାସ୍ତାର ବିଳମ୍ବ ହେବା ଯୋଗୁଁ ଏହାର ବ୍ୟୟ ଅଟକଳ ୨ ଗୁଣ ହୋଇ ଯିବା, ଓ କାର୍ଯ୍ୟ ବିଳମ୍ବ ନାମରେ ମିଥ୍ୟା ବିଲ କରି କୋଟି କୋଟି ଟଙ୍କା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରିବାକୁ ଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଦାବି କରିଛନ୍ତି ! ଏହି ନିକଟରେ ପରିଦର୍ଶନ କରି ଆସିଥିବା ଯାଜପୁର ସାଂସଦ, ବିଧାୟକ ଓ ବିଭିନ୍ନ ଲୋକ ପ୍ରତିନିଧିଙ୍କ ନିର୍ଦେଶକୁ ଜିଲ୍ଲା ପ୍ରଶାସନ ଅଣ ଦେଖା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି !
ଏଠାରେ ସୂଚନା ଯୋଗ୍ୟ ପାଣିକୋଇଲି ରାଜାମୁଣ୍ଡା 20ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ଏହି ଗୋଲେଇ ଛକ ଓ ବେଣାପୁରଠାରେ 2 ଗୋଟି ଓଭର ବ୍ରିଜ଼ ନିର୍ମାଣ କରିବା ଦାବିରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଅର୍ଥାତ 30ଜାନୁୟାରୀ 2017ଓ 2018 ମସିହାରେ ଗଣ ସତ୍ୟାଗ୍ରହ ଓ ରାସ୍ତାରୋକ ଆନ୍ଦୋଳନମାନ ଆୟୋଜନ ବେଳେ ଜିଲ୍ଲା ପ୍ରଶାସନ ଙ୍କ ହସ୍ତକ୍ଷେପ ଓ ଏହି କାର୍ଯ୍ୟ ୧ ବର୍ଷ ମଧ୍ୟରେ ସମ୍ପୂର୍ଣ କରିବାର ପ୍ରତିଶୃତି ଏକ ପାଣିର ଗାର ହୋଇଛି ! ଏପରି କି ବ୍ୟାସନଗର ଦେଇ ଭାରୀ ଯାନ ଗୁଡିକ ଯିବା ଦ୍ୱାରା ବାରମ୍ବାର ଦୁର୍ଘଟଣା ଓ ମୃତ୍ୟୁ ବରଣ କୁ ରୋକିବା ନିମନ୍ତେ ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଙ୍କ ମନମାନି ଯୋଗୁଁ ଗୁରୁତ୍ୱ ଦିଆଯାଇନାହିଁ !ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା କୁ ତୁରନ୍ତ ସମ୍ପୂର୍ଣ କରିବା ଓ ଏହି ରାସ୍ତା ର ବିଳମ୍ବ କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ର ଦାବି ଏବଂ ବେଣପୁର ଓ ଦମକଳ ଛକ ଠାରେ ୨ ଗୋଟି ଓଭର ବ୍ରିଜ଼ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ ନ କଲେ ଏହି ୩ ଗୋଟି ଦାବିକୁ ନେଇ ଆସନ୍ତା 30ଜାନୁୟାରୀ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଏହି ଗୋଳେଇ ଛକ ଠାରେ ଜାତୀୟ ରାଜପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁନର୍ବାର ଗଣ ସତ୍ୟାଗ୍ରହ ଆୟୋଜନ କରାଯିବ ବୋଲି ଅଧକ୍ଷ ଶ୍ରୀ ମହାନ୍ତି କତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close