ଅ।ସନ୍ତା ୩୧ରେ ହିଙ୍ଗୁଳା ପୀଠରେ ବିଶ୍ବଶାନ୍ତି ମହାଯଜ୍ଞ, ବ୍ରାହ୍ମଣ ସମିତି ରାଜ୍ୟ ସମ୍ମିଳନୀ
ଯାଜପୁର,୧୬।୧(ସନ୍ତୋଷ ରଥଙ୍କ ରିପୋର୍ଟ): ଅ।ସନ୍ତା ୩୧ ତାରିଖ ରବିବାର ଯାଜପୁର ଜିଲାର ଦ୍ବିତୀୟ ଶକ୍ତିପୀଠ ଶଙ୍ଖଚିଲେଶ୍ବରୀ ମା ହିଙ୍ଗୁଳା ପୀଠରେ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡିଶା ବ୍ରାହ୍ମଣ ସମିତି ଅ।ନୁକୂଲ୍ୟରେ ଜଗତର ଉଦ୍ଧାର ପାଇଁ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ମା’ ଙ୍କ କରୁଣାରୁ କରୋନା ମହାମାରୀ ସାରା ବିଶ୍ବରୁ ଦୁରେଇ ଯାଉ ଏହି ଲକ୍ଷ ନେଇ ୧୦୮ ବୈଦିକ ପଣ୍ଡିତ ଯଜ୍ଞ କାର୍ଯ୍ୟ ପରିଚାଳନା କରିବେ। ଏହି ଅବସରରେ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଓ ଓଡିଶା ବ୍ରାହ୍ମଣ ସମିତି ତରଫରୁ ଅ।ୟୋଜିତ ରାଜ୍ୟ ସ୍ତରୀୟ ବ୍ରାହ୍ମଣ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୫ ଶହ ବ୍ରାହ୍ମଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିନିମନ୍ତେ ଅ।ଜି ମା ହିଙ୍ଗୁଳା ପୀଠରେ ଏକ ପ୍ରସ୍ତୁତି ବୈଠକ ପଣ୍ଡିତ ଅରୁପାନନ୍ଦ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣ ସମିତିର ଜିଲ୍ଲା ମିଡିଅ। ପ୍ରଭାରୀ ଚିନ୍ତାମଣି ପାଢ଼ୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପଣ୍ଡିତ ଲକ୍ଷ୍ମୀଧର ଅଧିକାରୀ, ରାଜେନ୍ଦ୍ର କୁମ।ର ଦାଶ, କବି ରମାକାନ୍ତ ପଣ୍ଡା, ପ୍ରକାଶ ଚନ୍ଦ୍ର ଦାଶ, ପ୍ରଭାକର ପାଣିଗ୍ରାହୀ, କୁନାଚନ୍ଦ୍ର ପାଢ଼ୀ, କମଳେନ୍ଦୁ ମିଶ୍ର, ନୀଳମାଧବ ରଥ, ଗୋପୀନାଥ ପଣ୍ଡା, ଗିରିଜା ଶଙ୍କର ପାଢ଼ୀ,ଶଶୀକାନ୍ତ ଉପାଧ୍ୟାୟ, ବାମଦେବ ପାଢ଼ୀ, ରାମଚନ୍ଦ୍ର ପାଢ଼ୀ, ବିକ୍ରମ କେଶରୀ ପଣ୍ଡା, ବିଜୟ କେତନ ପଣ୍ଡା ପ୍ରମୁଖ ଅ।ଲୋଚନାରେ ଅଂଶ ଗ୍ରହଣ କରି ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅଂଚଳବାସୀଙ୍କ ସହଯୋଗ କାମନା କରିଥିଲେ ।
Live Share Market