ଧର୍ମଶାଳାରେ ମକର ମିଳନ; ପ୍ରତ୍ୟେକ ଓଡିଆ ଯୁବକ ଭାଗବତ ପ୍ରଚାର ପ୍ରସାରର ନେତୃତ୍ୱ ନେବାକୁ ଆହ୍ୱାନ

ଧର୍ମଶାଳା,୧୪/୦୧: ଓଡିଆ ଜାତି ଭାଗବତ ସର୍ବସ୍ୱ । ଉଭୟ ଜଗନ୍ନାଥ ସଂସ୍କୃତି ଓ ଭାଗବତ ହିଁ ଓଡିଆ ଜାତିର ପରିଚୟ । ଓଡିଆ ଜାତିର ଜନ ଜୀବନ ଭାଗବତକୁ ନେଇ ଆଗକୁ ବଢିଥାଏ । ଭାଗବତ ଶାନ୍ତ, ସମୃଦ୍ଧ, ଶୃଙ୍ଖଳିତ ଜୀବନ ପାଇଁ ବାଟ ଦେଖାଏ । ଯୁବ ଓ ଛାତ୍ର ସମାଜ ଏହି ଭାଗବତ ଟୁଙ୍ଗୀ ଏବଂ ଭାଗବତ ପାଠ ପ୍ରତି ଆଗ୍ରହ ପ୍ରକାଶ ସହ ଏହାର ନେତୃତ୍ୱ ନିଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ । ଧର୍ମଶାଳରେ ମକର ମିଳନ ଉତ୍ସବ ପାଳନ ଅବସରରେ ସାହାଣିଢିହ ପଂଚାୟତର ଚାରଗୋଠ ଭାଗବତ ଟୁଙ୍ଗୀରେ ମକର ମିଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇ ସତୀଶ କହିଥିଲେ ଯେ, ଆମ ଜଗନ୍ନାଥ ସଂସ୍କୃତି ସାରା ବିଶ୍ୱରେ ମହାନ । ଏହି ସଂସ୍କୃତିକୁ ସମଗ୍ର ମାନବ ସମାଜ ପାଇଁ ଅନୁକରଣୀୟ ହୋଇ ପଡିଛି । ଏହାକୁ ଅଧିକ ବ୍ୟାପକ କରିବାକୁ ହେଲେ ଭାଗବତର ପ୍ରଚାର ଓ ପ୍ରସାର ଆବଶ୍ୟକ । ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାର ଭାଗବତର ପ୍ରଚାର ଓ ପ୍ରସାରକୁ ଗୁରୁତ୍ୱ ଦେଇଥିବା ବେଳେ ଯୁବ ସମାଜ ଭାଗବତ ପାଠ ସହ ଭାଗବତ ଟୁଙ୍ଗୀର ବିକାଶ ପାଇଁ ଆଗେଇ ଆସିବାକୁ ସତୀଶ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଯୁବକମାନଙ୍କ ସହ ସତୀଶ ଭାଗବତ ପାଠ କରିବା ସମୟରେ ଆବେଗପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ସର୍ବଶ୍ରୀ ଯୁଗଳ ରାଉତ, ମଦନ ମୋହନ ରାଉତ, ଚନ୍ଦ୍ରମଣୀ ରାଉତ, ପଦି ମଲିକ, ସଙ୍କର୍ଷଣ ଜେନା, ବକଟି ରାଉତ, ଭୀମ ରାଉତ, ଧୁଳେନ୍ଦ୍ର ରାଉତ, ଶିବ ରାଉତ ପ୍ରମୁଖ ଭାଗବତ ପାଠ କରିଥିଲେସଚେତନ ସଂଗ୍ରାମୀ ମଂଚ ସାହଣିଢିହ ତରଫରୁ ଅନୁଷ୍ଠିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close