ବ୍ୟାସନଗର ପୈାର ପରିଷଦ ସଫେଇ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

ବ୍ୟାସନଗର,୧୨/୦୧: ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ସଫେଇ କର୍ମଚାରୀଙ୍କୁ ନେଇ ଯୋଡ଼ାବର ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଂଟର ଠାରେ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୭ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାକୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ବ୍ୟାସନଗର ପୈାର ପରିଷଦର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଉଦ୍‌ଘାଟନ କରିଥିଲେ । ‘ଇନୋଡ଼ଷ୍ଟ ଅର୍ଗାନାଇଜେସନ’ର କର୍ମଚାରୀଙ୍କ ଦ୍ୱାରା ୫୦ରୁ ଉର୍ଦ୍ଧ ସଫେଇ କର୍ମଚାରୀଙ୍କୁ ବିଭିନ୍ନ କୈାଶଳ ମାଧ୍ୟମରେ ସଫେଇ କାର୍ଯ୍ୟ ସଂପାଦନ କରିବା ନେଇ ତାଲିମ ପ୍ରଦାନ କରାଯାଇଥିଲା । ଏହି କର୍ମଶାଳାରେ ପୈାର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ପୈାର କର୍ମଚାରୀବୃନ୍ଦ ଏବଂ ‘ଇନୋଡ଼ଷ୍ଟ ଅର୍ଗାନାଇଜେସନ’ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close