Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଅଞ୍ଜଳି ଭିଜନ୍ ପକ୍ଷରୁ ମହା ମୃତ୍ୟୁଂଜୟ କଥାମୃତ ଉନ୍ମୋଚିତ

ରଗଡି, (ପ୍ରଭାତ କୁମାର ଭୂୟାଁଙ୍କ ଠାରୁ) ୯।୧: ମହାପ୍ରଭୂ ନୀଳକଣ୍ଠ ଶିବଶମ୍ଭୂଙ୍କ କରୁଣାରୁ ମହାମାରୀ କରୋନା ସାରା ବିଶ୍ବରୁ ସଂପୂର୍ଣ୍ଣ ଚାଲିଯାଉ। ଏହି ଧର୍ମୀୟ ଭାବନା ଓ ବିଶ୍ବାସକୁ ଅ।ଧାର କରି ଅଞ୍ଜଳି ଭିଜନ୍ ତରଫରୁ ସ୍ବତନ୍ତ୍ର ଭାବେ ବ୍ୟାସନଗର ସହରରେ ଥିବା ୨୭ଟି ଶୈବପୀଠକୁ ନେଇ ପ୍ରସ୍ତୁତ ସର୍ଟ ଭିଡିଓ ମହାମୃତ୍ୟୁଂଜୟ ମନ୍ତ୍ର କଥାମୃତ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର‌୍ୟ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମ।ର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରି ଅଞ୍ଜଳି ଭିଜନ୍ର ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ପ୍ରଯୋଜକ ତଥା ଅଞ୍ଜଳି ଭିଜନର ସତ୍ବାଧିକାରୀ ଦୀପକ୍ କୁମ।ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପଦ୍ମନାଭ ମଲ୍ଲ, ସାମ୍ବାଦିକ ଚିନ୍ତାମଣି ପାଢ଼ୀ ପ୍ରମୁଖ ଯୋଗଦେଇ ଅ।ମ ସହରରେ ଥିବା ସମସ୍ତ ଶୈବପୀଠକୁ ଭିଡିଓ ମାଧ୍ୟମରେ ଲୋକ ଲୋଚନକୁ ଅ।ଣିବା ସହିତ ବୀରମଣିପୁର ସ୍ବପ୍ନେଶ୍ବର ମନ୍ଦିର ପରିସରରେ ପ୍ରସ୍ତୁତ ସମୁହ ମହା ମୃତ୍ୟୁଂଜୟମନ୍ତ୍ର ସମସ୍ତଙ୍କ ପାଖରେ ପହଂଚାଇଥିବାରୁ ଅଂଜଳି ଭିଜନ୍ କୁ ସାଧୁବାଦ ଜଣାଇଛନ୍ତି। କାର‌୍ୟ୍ୟକ୍ରମରେ ବ୍ୟଙ୍ଗକବି ବାଇଧର ମାଝୀ, ଅଞ୍ଜଳି ଭିଜନ୍ ର ବସନ୍ତ ସାମଲ,ଶେଷଦେବ ସାହୁ,ମାନସ ରାଉତ,ଚନ୍ଦନ ବିଶ୍ବାଳ, ସଂଜୟ ପଲେଇ ପ୍ରମୁଖ ଯୋଗଦେଇ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close