କାରଖାନାରୁ ନିର୍ଗତ ପାଉଁଶର ମୁକୁଳା ପରିବହନକୁ ଯାଜପୁରରୋଡ ଓକିଲ ସଂଘର ବିରୋଧ ଓ ରାସ୍ତାରୋକ

ବ୍ୟାସନଗର, ୦୫/୦୧: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳରୁ ଉତ୍ପାଦନ ପ୍ରକିୟାରେ ନିର୍ଗତ ହେଉଥିବା ବିଷାକ୍ତ ବର୍ଜ୍ୟ ପାଉଁଶ ଏବଂ ମୋରମର ଖୁଲମଖୋଲା ଚାଲାଣ ଯୋଗୁ ବ୍ୟାସନଗର କୋର୍ଟ ସାମ୍ନାରେ ପରିବେଶଜନିତ ସମସ୍ୟା ସାଂଗକୁ ଟ୍ରାଫିକ୍ ଜାମ, ଦୁର୍ଘଟଣା ଘଟିବା ଓ କୋଳାହଳ ସୃଷ୍ଟି ହେଉଛି । ବିଭିନ୍ନ ସମୟରେ କାରଖାନାରରୁ ଅତ୍ୟଧିକ ମାଲ ବୋଝେଇ କରି ଟ୍ରକଗୁଡିକ ଖୋଲା ଆସୁଥିବାରୁ ଅଧିକାଂଶ ବେଳେ ଓଭରଲୋଡ ଟ୍ରକରୁ ପାଉଁଶ ତଳେ ପଡିଯାଉଥିବାରୁ ବିଷାକ୍ତ ଧୂଳି ଉଡି ସ୍ଥାନୀୟ କୋର୍ଟ ଛକ ସମେତ ସହରର ଆଖପାଖ ଅଂଚଳ ଓ ରାସ୍ତାପାଶ୍ୱର୍ ପ୍ରଦୂଷିତ ହୋଇ ଆସୁଛିା । ରାସ୍ତାପାଶ୍ୱର୍ ଘରଗୁଡିକରେ ଧୂଳି ଭରିଯାଉଛି । ଦିନ ସମୟରେ ନୋ’ ଏଂଟ୍ରି ଥିବା ସମୟରେ ମଧ୍ୟ ଓଭରଲୋଡ କରି ଲଗାଲଗି ହୋଇ ଧାଡି ହୋଇ ଯାଉଥିବାରୁ ଛୋଟ ବଡ ଦୁର୍ଘଟଣାମାନ ଘଟୁଥିବାର ମଧ୍ୟ ନଜିର ରହିଛି । ଯାହାକୁ ନେଇ ସ୍ଥାନୀୟ ବ୍ୟାସନଗର ଅଂଚଳରେ ଅସନ୍ତୋଷ ଦେଖାଦେଇଥିଲେତ୍ତମଧ୍ୟ ଏହା ବନ୍ଦ କରାଯାଉନାହିାଁ । ଦୀର୍ଘଦିନ ଧରି ଏହାକୁ ବନ୍ଦ କରାଯିବା ନିମନ୍ତେ ଦାବି କରାଯାଉଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଫଳରେ ଏହାକୁ ବିରୋଧ କରି ଗତକାଲି ସୋମବାର ଯାଜପୁରରୋଡ ଓକିଲ ସଂଘ ତରଫରୁ ଡୁବୁରୀ-ପାଣିକୋଇଲି ରାଜପଥକୁ ଦୀର୍ଘ ୩ ଘଂଟା ଧରି ଅବରୋଧ କରି ରଖିଥିଲେ । ଯାଜପୁରରୋଡ ଥାନାଧିକାରୀ ଅନୀଲ କୁମାର ମହାନ୍ତି, ଏସ.ଆଇ ପବିତ୍ର କୁମାର ମହାରଣା ପ୍ରମୁଖ ଘଟଣାସ୍ଥଳରେ ପହଁଚି ବୁଝାସୁଝା କରି ଓକିଲମାନଙ୍କୁ ଆନ୍ଦୋଳନରୁ ନିବୃତ କରାଇଥିଲେ । ନୋ ଏଂଟ୍ରୀ ସମୟରେ ଏହି ବିଷାକ୍ତ ପାଊଁଶ ଏବଂ ମୋରମ ଚାଲାଣ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯିବାକୁ ସ୍ଥାନୀୟ ଅଂଚଳରେ ଦାବି ହେଉଛି । ବହୁ ସମୟରେ ରାସ୍ତା ଉପରେ କେତେକ ଗାଡି ଅଚଳ ହୋଇପଡିବାରୁ ରାସ୍ତା ଜାମ ହେବା ସହିତ ପୋଲିସକୁ ନାକେଦମ ହେବାକୁ ପଡୁଛି ଓ ଦୁର୍ଘଟଣା ମଧ୍ୟ ଘଟୁଛି । ଏ ଦିଗରେ ଯାଜପୁର ଆରକ୍ଷୀ ଅଧୀକ୍ଷକ, ଆଂଚଳିକ ପରିବହନ ଅଧିକାରୀ ଏବଂ ଯାଜପୁର ଜିଲ୍ଳାପାଳ ବିଶେଷ ଭାବେ ଧ୍ୟାନ ଦେବାକୁ ଦାବି ହେଉଛି । ଏହି ରାସ୍ତାରୋକରେ ଆଇନଜୀବୀ ସର୍ବଶ୍ରୀ ଅରୁଣ କୁମାର ସାହୁ, ଦେବକାନ୍ତ ସାହୁ, ଅଚ୍ୟୁତାନନ୍ଦ ଦାଶ, ରାମଚନ୍ଦ୍ର ପହି, ନାରାୟଣ ପ୍ରସାଦ ପତି, ବିଜୟ ମହାନ୍ତି, ରବୀନ୍ଦ୍ର କୁମାର ନାୟକ, ଜଗନ୍ନାଥ ପତି, ଧନେଶ୍ୱର ସାହୁ, ଶୁଭେନ୍ଦୁ ଦାସ, ଲଲାଟେନ୍ଦୁ କୁଅଁର ପ୍ରମୁଖ ସାମିଲ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close