ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଦିନିକିଆ ଯାଜପୁର ଜିଲ୍ଲ। ଗସ୍ତ ଓ ନିଖୋଜ ପିହୁର ପୁନଃରୁଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

ଯାଜପୁର, ୧୫ା୧୨: ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଦିନିକିଆ ଯାଜପୁର ଗସ୍ତ କରି ଜିଲ୍ଲ।ର ନିଖୋଜ ଶିଶୁ ଶୁଭଲକ୍ଷ୍ମୀ ନାୟକ (ପିହୁର) ନିଖୋଜ ସମ୍ୱନ୍ଧରେ ଅନୁସନ୍ଧାନ ପାଇଁ ଜିଲ୍ଳ୍‌ା ପ୍ରଦକ୍ଷିଣ ଗୃହ ଠାରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ । ପରେ ପରେ ଅଧ୍ୟକ୍ଷା ଯାଜପୁର ଜିଲ୍ଳ୍‌ାର ବରୀ ବ୍ଳ୍‌କ ବିଂଝାରପୁର ଥାନାର ମଧୁସୁଦନପୁର ଗ୍ରାମକୁ ନିଖୋଜ ଶିଶୁ ପିହୁ ସଂପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଯାଇଥିଲେ । ସେଠାରେ ନିଖୋଜ ଶିଶୁର ପିତା ମାତାଙ୍କୁ ଭେଟି ଶିଶୁର ନିଖୋଜ ସଂପର୍କରେ ପଚାରି ବୁଝିଥିଲେ । ଅନୁସନ୍ଧାନରୁ ଜଣାଗଲା ଯେ, ନିଖୋଜ ଶିଶୁର ମାଆ ମୋନାଲିସା ନାୟକ ଭଦ୍ରକ ଜିଲ୍ଳ୍‌ା ନାୟକାଣିଡିହ ଥାନା ଅଧିନରେ ବିବାହ କରିଥିଲେ । କୈାଣସି କାରଣରୁ ସେ ନିଜର ୨ ବର୍ଷର ଝିଅ ପିହୁ ସହିତ ଆସି ବାପଘରେ ଦେଢ ବର୍ଷ ହେବ ରହୁଥିଲେ । ସେତେବେଳକୁ ସେ ୫/୬ ମାସର ଗର୍ଭବତୀ ଥିଲେ । ଗତ ଅଗଷ୍ଟ ୯ ତାରିରଖରେ ୨ ବର୍ଷର ଝିଅ ପିହୁ ତାର ସାଙ୍ଗ ସହିତ ଗାଁ ଦାଣ୍ଡରେ ଖେଳୁଥିବାର ତାଙ୍କ ସଂପର୍କୀୟ ଅଜା ଦିନ ୩ ଟାରେ ଦେଖିଥଲେ । ପରେ ପରେ ତାର ମାଆ ଝିଅକୁ ଖାଇବା ପାଇଁ ଖୋଜିବାରୁ ଝିଅ ସେଠାରେ ନଥିଲା । ବହୁତ ଖୋଜା ଖୋଜି କଲାପରେ ତାକୁ ପାଇ ନଥିଲେ । ବିଭିନ୍ନ ଗଡିଆ, ପୋଖରୀ ଓ ଜଳାଶୟ ମାନ ନିଜର ଭାଇମାନେ ଖୋଜିଥିଲେ । ଶେଷରେ ନିରାଶ ହୋଇ ବିଂଝାରପୁର ଥାନାରେ ସେହିଦିନ ଏପଂ୍‌.ଆଇ.ଆର. କରିଥିଲେ । ଥାନା ଅଧିକାରୀ ନିରଂଜନ ଶବର ଗ୍ରାମକୁ ଆସି ଅନୁସନ୍ଧାନ କରିଥିଲେ । ସନ୍ଦେହରେ ବହୁତ ଲୋକଙ୍କୁ ମଧ୍ୟ ପଚରା ଉଚରା କରିଥିଲେ । ଏଥି ନିମନ୍ତେ ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ନିଖୋଜ ଶିଶୁର ପତ୍ତା କରିବାକୁ ଅଧ୍ୟକ୍ଷା ସୁଶ୍ରୀ ପ୍ରଧାନ ଗ୍ରାମକୁ ଯାଇଥିଲେ । ସେଠାରେ ଅନୁସନ୍ଧାନକୁ ଜୋରଦାର କରିବା ପାଇଁ ପୋଲିସକୁ ମଧ୍ୟ ତାଗିଦ କରିଥିଲେ । ଦିନକୁ ଦିନ ଶିଶୁ ନିଖୋଜ ଓଡିଶାରେ ବଢୁଥିବାରୁ ସେ ଉଦ୍‌ବେଗ ପ୍ରକାଶ କରି ଏଥିରେ ସମସ୍ତଙ୍କ ସହଯୋଗ ଓ ଖୋଜ ଖବର କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ପରେ ଅଧ୍ୟକ୍ଷା ବିଂଝାରପୁର ଥାନାକୁ ଯାଇ ଏ ସମ୍ୱନ୍ଧରେ ଟିକିନିଖି ବିବରଣୀ ଦେଖିଥିଲେ ଓ କେତେକ ଅବ୍ୟବସ୍ଥାକୁ ସ୍ୱଚକ୍ଷୁରେ ଦେଖି କ୍ଷୋଭ ପ୍ରକାଶ କରିଥିଲେ । ପିହୁ ନିଖୋଜ ଉପରେ ଅନୁସନ୍ଧାନକୁ ଆହୁରି ଶାଣିତ କରିବାକୁ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ତମାମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲ।ପାଳ ଶ୍ରୀ ମଲ୍‌୍ଳିକ, କମିଶନ ସଦସ୍ୟା ଦିବ୍ୟା ଶାଶ୍ୱତୀ, ଜିଲ୍ଲ। ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ କର, ଏସ୍‌.ଡି.ପି.ଓ. ଏନ୍‌.ସି. ବାରିକ, ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମୠର୍ା ମିହିର କୁମାର ଜେନା, ବରୀ ବ୍ଳ୍‌କ ସି.ଡି.ପି.ଓ. ପ୍ରାଣେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close