ବ୍ୟାସନଗର ପୋୖରାଞ୍ଚଳରେ ଦେଖିବାକୁ ମିଳିଥିଲା ବନ୍ଦର ପ୍ରଭାବ
ବ୍ୟାସନଗର ; ୨୬/୧୧: (ପଦ୍ମଲୋଚନଙ୍କ ଠାରୁ) ଆଜି ବ୍ୟାସନଗରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାରଙ୍କ କୃଷି ଓ ଶ୍ରମ ନୀତି ବିରୋଧରେ ଆଜି ବନ୍ଦ ଡାକରା ଦିଆଯାଇଥିଲା। ଆଜି ବ୍ୟାସନଗର ଅଞ୍ଚଳର ସମସ୍ତ ଦୋକାନ -ବଜାର ଗାଡି -ମୋଟର କୁ ବନ୍ଦ କରାଯାଇଥିଲା। ଓଡ଼ିଶାରେ କାର୍ଯ୍ୟରତ ୫ଟି କେନ୍ଦ୍ରୀୟ ଟ୍ରେଡ଼ କୃଷି ଓ ଶ୍ରମ ନୀତିକୁ ନେଇ ଆନ୍ଦୋଳନ ଜୋର ଧରିଥିଲା। ଆଜି ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଦେଶବ୍ୟାପୀ ବନ୍ଦ ଡ଼ାକରାର ସଫଳ ରୂପ ଦେଖିବାକୁ ମିଳିଥିଲା। ଏ ଆଇ ୟୁ ଟି ୟୁ ସି,ଏ ଆଇ ଡି ଏସ ଓ,ଏସ ୟୁ ସି ଆଇ,ଏ ଆଇ ଡି ଏସ ଓ,କେ କେ ଏମ ଏସ,ତରଫରୁ ଗୋପବନ୍ଧୁ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୨୯ଟି ଶ୍ରମ ଆଇନକୁ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି ତଥା ୧୩ଟି ଶ୍ରମ ଆଇନକୁ ଉଚ୍ଛେଦ କରାଯାଇଛି। ଦେଶର ପ୍ରାୟ ୪୦ରୁ୪୫ କୋଟି ଶ୍ରମିକ ଏଥିରେ କ୍ଷତିଗ୍ରସ୍ତ ହେବେ ବୋଲି ସୂଚନା ରହିଛି।
Live Share Market