‘ଉଦୟବଟ’ ତରଫରୁ ଅଶୋକ ଦାସ ସ୍ମାରକୀ ଜୁନିୟର ବିଭାଗ (ବ୍ୟାସନଗର-୦୧) ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ବ୍ୟାସନଗର,୧୫/୧୧: ସମ୍ବାଦ ଭିତିକ ପତ୍ରିକା ‘ଉଦୟବଟ’ ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ କୋରେଇର ପୂର୍ବତନ ବିଧାୟକ, ଓଡ଼ିଶା ବିଧାନ ସଭାର ପୂର୍ବତନ ବିରୋଧି ଦଳ ନେତା, ପ୍ରଚଣ୍ଡ ସ୍ୱାଭିମାନୀ ତଥା ଯାଜପୁରର ଭୂମିପୁତ୍ର ଓ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା(ମୁଖ୍ୟ ଉପଦେଷ୍ଟା) ୰ ଅଶୋକ ଦାସଙ୍କ ୧୨ତମ ତିରୋଧାନ ଦିବସ (୧୧ତମ ଶ୍ରାଦ୍ଧ ବାର୍ଷିକ) ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ପୂର୍ବ ବର୍ଷମାନଙ୍କ ଭଳି ଅନୁଷ୍ଠିତ ହେଉଛି । ‘ଉଦୟବଟ’ର ବହୁ ପ୍ରତିନିଧି ଓ କର୍ମକର୍ତାଙ୍କ ଅନୁରୋଧ ପରେ ଏବର୍ଷ ପ୍ରତିଯୋଗିତାଗୁଡିକୁ ରାଜ୍ୟସ୍ତରୀୟ କରାଯାଇଛି । କୋଭିଡ କଟକଣା ଚାଲିଥିବାରୁ ଚଳିତ ବର୍ଷ ବହୁ ପ୍ରତିତଯୋଗିତା ଅନଲାଇନ ମାଧ୍ୟମରେ କରାଯିବ । ବିଭିନ୍ନ ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ‘ଉଦୟବଟ’ର ପ୍ରତିନିଧିମାନେ ହ୍ୱାଟ୍‌ସଅପ୍ ଗ୍ରୃପ ଜରିଆରେ ପ୍ରତିଯୋଗିତାଗୁଡିକୁ ପରିଚାଳନା କରିବାକୁ ଯୋଜନା କରାଯାଇଛି । ପ୍ରତିଯୋଗିତାର ଆରମ୍ଭସ୍ୱରୂପ ଆଜି ଅପରାହ୍ନରେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ବ୍ୟାସନଗର ପୈାରାଚଂଳ ସ୍ତରୀୟ ଜୁନିୟର ବିଭାଗ-୦୧ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୧୦ ଜଣ ପ୍ରତିଯୋଗୀ ମାଷ୍ଟର କଳିଙ୍ଗକେଶରୀ ରାଉତ, ସଂଙ୍ଘମିତ୍ରା ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ସରୋଜ ବାରିକ, ପି.ଭି ଆଦିତ୍ୟ ରାଓ, ବିବେକ ରାଓ, ଦେବାଶିଷ ମଲ୍ଲିକ, ସାଇ ବେହେରା, ସାଇ ସାହୁ, ମାନୁ ନୃତ୍ୟ ପରିବେଷଣ କରିଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ କୁନିକୁନି କଳାକାରମାନଙ୍କୁ ଉତ୍ସାହିତ କରିବା ସହ କିଛି ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଆସନ୍ତା ତା. ୨୯/୧୨/୨୦୨୦ରେ ୰ ଅଶୋକ ଦାସଙ୍କ ୧୨ତମ ତିରୋଧାନ ଦିବସ ଓ ‘ଉଦୟବଟ’ର ୧୭ତମ ବାର୍ଷିକୋତ୍ସବ ପାଳନ ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଆଦି ପ୍ରଦାନ କରାଯିବ । ଏହାଛଡ଼ା ବହୁ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରତିଭା ପାଇଁ ସ୍ୱାନ୍ୱନାମୂଳକ ପୁରସ୍କାର ସହ ପ୍ରମାଣପତ୍ର ଦିଆଯିବ ବୋଲି ପ୍ରତିଯୋଗିତାର ଆବାହକ ତଥା ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ ସୂଚନା ଦେଇଛନ୍ତି । ଆଜିର ପ୍ରତିଯୋଗିତାରେ ଦୀପକ ରଂଜନ ପାଣିଗ୍ରାହୀ ଓ ବିଦ୍ୟୁତ୍‌ପ୍ରଭା ରାୟ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close