ଯାଜପୁରର ଗାନ୍ଧୀ ଚ୍ଥକ ଠାରେ କୋଭିଡ କିଓସ୍କ ଉଦ୍‌ଘାଟିତ

ଯାଜପୁର, ୬ା୧୧: ଯାଜପୁର ଜିଲ୍ଲା ସଦର ମହକୁମା ଗାନ୍ଧୀ ଚ୍ଥକ ଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଦ୍ୱାରା ଏକ କୋଭିଡ କିଓସ୍କ ଉଦ୍‌ଘାଟିତ ହୋଇଯାଇଚ୍ଥି। କରୋନାକୁ ସପଂଳତାର ସହିତ ମୁକାବିଲା ପାଇଁ ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସୁଲଭ ମୂଲ୍ୟରେ ମାସ୍କ, ହ୍ୟାଣ୍ଡ ୱାସ୍‌, ସାନିଟାଇଜର ଓ କାଢା ବିକ୍ରୟ କରାଯିବ । ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ଏହାକୁ ଆନୁଷ୍ଠାନିକ ଭାବେ ଊଦ୍‌ଘାଟନ କରିଥିଲେ । ଜିଲ୍ଲାର ୨ ଗୋଟି ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ଯଥାକ୍ରମେ ମା ସିଂହବାହିନୀ ଓ ମା ଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ ନିଜେ ଉପାôଦନ କରି ଏହି ପଦାର୍ଥମାନ ସୁଲଭ ମୂଲ୍ୟରେ ଏକ ମାସ ପର୍ଯ୍ୟନ୍ତ ଓ ଆବଶ୍ୟକ ସ୍ଥଳେ ଏକ ମାସରୁ ଅଧିକ ବିକ୍ରି କରିପାରିବେ । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ସୁଲଭ ମୂଲ୍ୟରେ ଏହି ଜିନିଷ ଯୋଗାଇ ଦେବା ହେଉଚ୍ଥି ଏହାର ଲକ୍ଷ୍ୟ । ଜିଲ୍ଲା ପ୍ରଶାସନର ଓର୍‌ମାସ୍ ଦ୍ୱାରା ଏହି କ୍ୟାମ୍ପର ସମସ୍ତ ଆୟୋଜନ କରାଯାଇଚ୍ଥି । ଜନସାଧାରଣ ଚାହିଁଲେ ଏଠାରେ ଉପଲବ୍ଧ ପଦାର୍ଥ କ୍ରୟ କରିପାରିବେ । ମା’ ସିଂହବାହିନୀ ତରପଂରୁ ଲିଲି ଚାନ୍ଦ ଓ ମା’ ଲକ୍ଷ୍ମୀ ସଂଗଠନ ତରପଂରୁ ଲକ୍ଷ୍ମୀ ଚାନ୍ଦ ଉଭୟ ଏହାର ବିକ୍ରୟ ଦାୟିତ୍ୱରେ ଅଚ୍ଥନ୍ତି । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜୀବିକା ମିଶନର ଡି.ପି.ଏମ୍‌. ପ୍ରଶାନ୍ତ କୁମାର ପାଢୀ, ଡେପୁଟୀ ସି.ଇ.ଓ କ୍ଷିତିଶ କୁମାର ବଳ, ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଓରମାସ୍‌ର ଚିନ୍ମୟନନ୍ଦ ଦାସ, ବିକାଶ ରଂଜନ ରାଉତ, ବିଜୟ କୁମାର ମିଶ୍ର ଓ ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉଦ୍ୟମକୁ ଉପସ୍ଥିତ ବୁଦ୍ଧିଜିବୀ ପ୍ରଶଂସା କରିଥିଲେ ଓ ଏହା ସଂକ୍ରମଣରୁ ବହୁମାତ୍ରାରେ ଲୋକଙ୍କୁ ରକ୍ଷା ଦିଗରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close