‘ପାରାଦୀପ ପୋର୍ଟ ଟ୍ରଷ୍ଟ’ ତରଫରୁ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୦’ର ଶୁଭାରମ୍ଭ
ପାରାଦୀପ, ୨୭/୧୦(ଚକ୍ରଧର ଦାଶଙ୍କ ଠାରୁ): ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି) ତରଫରୁ ଆଜି ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୦’ର ଶୁଭାରମ୍ଭ କରିଛନ୍ତି ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରୟ । ଆଜି ସକାଳେ ସେ ଉପସ୍ଥିତ ରହି ଶପଥ ପାଠ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପିପିଟି ତା’ର ଗୁଣବତା ସହ ସ୍ୱଚ୍ଛତା ଉପରେ ନଜର ଦେଇ କାର୍ଯ୍ୟ କରୁଛି । ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପିପିଟି ପକ୍ଷରୁ ବହୁ ସ୍ଥାନରେ ‘ହୋଡିଙ୍ଗ୍ସ’ ପ୍ରଦର୍ଶିତ ହୋଇଛି । ଏହି ସପ୍ତାହ ଭାରତ ସରକାରଙ୍କ ସେଂଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି)ଙ୍କ ନିର୍ଦ୍ଦେଶରେ ଆଜି ୨୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ମାସ ୦୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୦୩ ତାରିଖର ଉଦ୍ଯାପନ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ ।
Live Share Market