ରାସ୍ତା ମରାମତି ଓ ଫ୍ଲାଇ ଓଭର ନିର୍ମାଣ ଦାବୀରେ ପାରାଦୀପ ନାଗରିକ ମଂଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ପାରାଦୀପ, ୨୧/୧୦(ଚକ୍ରଧର ଦାଶଙ୍କ ଠାରୁ): ବନ୍ଦରନଗରୀ ପାରାଦୀପର ଅଠରବାଙ୍କି ଠାରୁ ଦୋଛକୀ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ପାଲଟିଥିବା ବେଳେ ବିଭାଗ କୁମ୍ଭନିଦ୍ରା ଯାଇଥିବା ପରି ମନେ ହେଉଛି । ଏଠାରେ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ି

ଥିବା ବେଳେ ରାସ୍ତାଘାଟର ଅବସ୍ଥା କହିଲେ ନ ସରେ । ଏହି ରାସ୍ତାକୁ ତୁରନ୍ତ ମରାମତି କରି ନବୀକରଣ କରିବାକୁ ଦାବୀ ଉଠାଇଛି ‘ପାରାଦୀପ ନାଗରିକ ମଂଚ’ । ବିଭାଗ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି ସ୍ଥାନୀୟ ‘ଇଫ୍‌କୋ’ ଛକ ଠାରେ ମଂଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ରାସ୍ତା ଦେଇ ଶହ ଶହ ଭାରୀ ଯାନ ଚଳାଚଳ କରୁଥିବା ବେଳେ ରାସ୍ଥାର ଶୋଚନୀୟ ଅବସ୍ଥା ପରିସ୍ଥିତିକୁ ଦ୍ୱିଗୁଣିତ କରିବା ସହ ଦୁଘର୍ଘଟଣା ବୃଦ୍ଧିର କାରଣ ପାଲଟିଛି । ଏହି ସ୍ଥାନରେ ଦୁର୍ଘଟଣା ହ୍ରାସ କରିବା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବା ପାଇଁ ଅଠରବାଙ୍କି ଗେଟ୍ ନଂ.୦୨ ଠାରୁ ଦୋଛକୀ ପର୍ଯ୍ୟନ୍ତ ଏକ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ ପାଇଁ ମଂଚ ଦାବୀ କରିଛି । ଏନ୍‌.ଏଚ (ଜାତୀୟ ରାଜପଥ) କର୍ତୃପକ୍ଷ ତୁରନ୍ତ ଏହା ଉପରେ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ମଂଚର କର୍ମକର୍ତା ଓ ସଦସ୍ୟମାନେ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close