ସତୀଶ ହେଲେ ଓଡିଶା ରାଜ୍ୟ ଏଡ୍‌ସ କର୍ମଚାରୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି

ଯାଜପୁର,୨୨/୧୦: ଓଡିଶା ରାଜ୍ୟ ଏଡ୍‌ସ କର୍ମଚାରୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ଭାବେ ବି.ଜେ.ଡି ଯୁବନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ ସର୍ବସମ୍ମତକ୍ରମେ ମନୋନୀତ ହୋଇଛନ୍ତି । ଏଥିନେଇ ଓଡିଶା ରାଜ୍ୟ ଏଡସ କର୍ମଚାରୀ ସଂଘ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସାଧାରଣ ସଂପାଦକ ଦଃୁଖିଶ୍ୟାମ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ସତୀଶ ଶ୍ରମିକ କଲ୍ୟାଣ ତଥା ସମାଜର ଦଃୁସ୍ଥ ଅବହେଳିତ ବର୍ଗର ସ୍ୱାର୍ଥରକ୍ଷା କ୍ଷେତ୍ରରେ ଦୀର୍ଘଦିନ ଧରି କାର୍ଯ୍ୟ କରିବା ସହ ୧୭ଟି ରାଜ୍ୟ ସ୍ତରୀୟ ସମ୍ମାନ ପାଇଛନ୍ତି । ଏହାସହ ପାହାଡ ପର୍ବତ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଜଣେ ସାମ୍ବାଦିକ ଏବଂ ସ୍ତମ୍ବକାର ଭାବେ ସୁନାମ ଅର୍ଜନ କରିଥିବା ସତୀଶ ୩ ଥର ରାଜ୍ୟର ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ ପାଇଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଡସ ନିରାକରଣ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କ ତରଫରୁ ସତୀଶଙ୍କୁ ସମ୍ବର୍ଦ୍ଧନା ଜଣାଯିବା ସହ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହି କର୍ମଚାରୀମାନେ କରୋନା ନିରାକରଣ କ୍ଷେତ୍ରରେ ସରକାରଙ୍କ ତରଫରୁ ଦିଆଯାଇ ଥିବା ଦାୟିତ୍ୱ ନିଷ୍ଠାର ସମ୍ପାଦନ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ସ୍ୱାସ୍ଥ୍ୟ ବିଭାଗର ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରୁଥିବା ବେଳେ କର୍ମଚାରୀମାନଙ୍କ ସମସ୍ୟାକୁ ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେବେ ବୋଲି ରାଜ୍ୟ କାର୍ଯ୍ୟକାରୀ ସଭାପତି ହେବାପରେ ସତୀଶ ମତ ପ୍ରକାଶ କରିଛନ୍ତି । ସେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ ପଂଚାୟତ ଭୁବନପୁର ଗ୍ରାମର ବରିଷ୍ଠ ବି.ଜେ.ଡି ସଂଗଠକ ସନ୍ତୋଷ ବିଶ୍ୱାଳଙ୍କ ପୁଅ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close