ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଯାଜପୁର, ୧୯/୧୦ (ସନ୍ତୋଷ ରଥଙ୍କ ଠାରୁ): ବିଶ୍ୱ ମହାମାରୀ କରୋନା ସମୟରେ ଯାଜପୁର ଜିଲ୍ଲାର ବହୁ କର୍ତବ୍ୟରତ ସାମ୍ବାଦିକ କୋଭିଡ-୧୯ ରୋଗରେ ଅକାଳ ମୃତ୍ୟୁ ବରଣ କରିଛନ୍ତି ଯଥା ଶୀଘ୍ର ସେମାନଙ୍କୁ ଚିହ୍ନଟ କରି କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିବା ସହିତ ସମ୍ପୃକ୍ତ ସାମ୍ବାଦିକ ପରିବାରକୁ ପନ୍ଦର ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ରାଜ୍ୟର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁଙ୍କ ସମେତ ଯାଜପୁର ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ କର, ରାଜ୍ୟ କାର୍ୟ୍ୟକାରୀ ସଭାପତି ହରାଧାନ ବାନାର୍ଜୀ, ପ୍ରିୟ ରଂଜନ କର, ଭରତ ନାୟକ, ପବିତ୍ର ମହାନ୍ତି, ପ୍ରଭାତ ତ୍ରିପାଠୀ, ମନୋଜ ବେହେରା, ବିଦ୍ୟାଧର ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି।
Live Share Market