‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ର ସଂପାଦକଙ୍କୁ କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ତରଫରୁ ସମ୍ବର୍ଦ୍ଧନା

ଯାଜପୁର, ୧୪/୧୦(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଯାଜପୁର ଜିଲ୍ଲା କଳା ଓ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ସର୍ବସମ୍ମତି କ୍ରମେ କୋରେଇ, ସୁକିନ୍ଦା, ଦାନଗଦି ବ୍ଲକ ଓ ବ୍ୟାସନଗର ପୈରାଂଚଳ ମିଳିତ ବ୍ଲକସ୍ତରୀୟ ମହାସଂଘର ମୁଖ୍ୟ ଉପଦେଷ୍ଟା ଭାବେ ଶ୍ରମିକ ନେତା, ବରିଷ୍ଠ ସାମ୍ବାଦିକ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କୁ କିଛି ଦିନ ତଳେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ।
       ଆଜି ସନ୍ଧ୍ୟାରେ କଳା ଓ କ୍ରୀଡ଼ା ଶିକ୍ଷକ ସଂଘର ରାଜ୍ୟ ସଂଯୋଜକ ପ୍ରୀତମ୍ ପଦ୍ମଲୋଚନ, ଯାଜପୁର ଜିଲ୍ଲା ସଂଘର ସାଧାରଣ ସଂପାଦକ ରଣଜିତ୍ କୁମାର ମଲ୍ଲିକ, ଜିଲ୍ଲା କମିଟି କୋଷାଧ୍ୟକ୍ଷ ରଙ୍ଗାଧର ଜେନା, କୋରେଇ ବ୍ଲକ ସଭାପତି ତଥା ଜିଲ୍ଲା କୋର କମିଟି ସଭ୍ୟ ଦେବଶ୍ରୀ ଆଶିଷ ରଂଜନ ମଲ୍ଲିକ, ଜିଲ୍ଲା କୋର କମିଟି ସଭ୍ୟ ପଙ୍କଜ କୁମାର ମଲ୍ଲିକ, ଜିଲ୍ଲା ଯୁଗ୍ମ କୋଷାଧ୍ୟକ୍ଷ ବିକାଶ କୁମାର ସାହୁ ପ୍ରମୁଖ ଶ୍ରୀ ରାଉତଙ୍କୁ ବ୍ୟାସନଗର ଠାରେ ସୌଜନ୍ୟମୂଳକ ସାକ୍ଷାତ କରି ମହାସଂଘର ମାର୍ଗଦର୍ଶିକା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିଶଦ ଆଲୋଚନା କରିବା ସହ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଶ୍ରୀ ରାଉତ ସଂଘ ପାଇଁ ବିଶ୍ୱସନୀୟତାର ସହ କାର୍ଯ୍ୟ କରିବା ସହିତ ସଂଘକୁ ବଳିଷ୍ଠ କରିବା ଦିଗରେ ଯତ୍ନଶୀଳ ଉଦ୍ୟମ କରିବେ ବୋଲି କହିଥିଲେ । ସଂଘୀୟ ବ୍ୟବସ୍ଥାକୁ ଏକ ପରିବାର ଭଳି ବାନ୍ଧି ରଖି ପରସ୍ପରର ଭଲମନ୍ଦରେ ସଂଘ ଠିଆ ହେବ ବୋଲି ଶ୍ରୀ ରାଉତ କହିଥିଲେ । ସଦାସର୍ବଦା ନିଜେ କିଛି କାର୍ଯ୍ୟ କରି ବା ଉପକାର କରି ଅନ୍ୟର ପ୍ରଶଂସାଭାଜନ ହେଉଥିବା ଶ୍ରୀ ରାଉତ ସଂଘରେ ତାଙ୍କୁ ସାମିଲ କରି କର୍ମକର୍ତାମାନେ ଆଉ କିଛି କରିବାର ସୁଯୋଗ ଦେଇଥିବାରୁ ଏବଂ ପ୍ରତିକୂଳ ପାଗ ସତ୍ୱେ ଏତେ ଦୂରରୁ ଆସି ସଂଘର ସଫଳତା ପାଇଁ ଆଲୋଚନା କରିଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close