ବାଲିଚନ୍ଦ୍ରପୁର ଥାନା ବନମାଳୀ ଗ୍ରାମରେ ଯୁବକଙ୍କୁ ବୀଭତ୍ସ ହତ୍ୟା

ବାଲିଚନ୍ଦ୍ରପୁର, ୧୪/୧୦: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅର୍ନ୍ତଗତ ମଝିପଡ଼ା ପଂଚାୟତର ବନମାଳୀପୁର ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଜଣାଯାଇଛି । ମୃତ ଯୁବକ ଜଣକ ହେଲେ ବନମାଳୀପୁର ଗ୍ରାମର କୁଟୁରୀ ସେଠୀଙ୍କ ପୁଅ ଉତ୍ସବ ସେଠୀ (୩୦ବର୍ଷ) ବୋଲି ଜଣାପଡ଼ିଛି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଉତ୍ସବର ବେକ ଓ ଛାତିକୁ ହାଣି ହତ୍ୟା କରାଯାଇଥିବାର ଜଣାଯାଇଛି । ସୁଚନାଯୋଗଗ୍ୟ, ଉତ୍ସବ ଭୁବନେଶ୍ୱରରେ ଜଣେ ଶ୍ରମିକ ଭାବେ କାମ କରିଆସୁଥିଲା । ଆଜି ସେ ହିରୋ ହୁଣ୍ଡା ଗ୍ଲାମର ଗାଡିରେ ବଜାରରୁ ଜିନିଷ କିଣି ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କୁ ହତ୍ୟା କରାଯାଇଥିଲା । ଏଥିରେ କେତେଜଣ ସଂପୃକ୍ତ ତାହା ଅଦ୍ୟାବଧି ଜଣାପଡ଼ି ନାହିଁ । କିଛିଦିନ ତଳେ ଉତ୍ସବଙ୍କ ବଡ଼ଭାଇ ଜଣେ ବଢ଼େଇ ଜାତିର ଝିଅକୁ ନେଇଆସିଥିଲା । ମାତ୍ର ଉକ୍ତ ଝିଅ ଅର୍ଥାତ୍ ଉତ୍ସବର ବଡ଼ ଭାଉଜ କିଛି ଦିନ ପରେ ପୁଣି ଉତ୍ସବ ସହ ଫେରାର ହୋଇଯାଇଥିଲା ଏବଂ ଏହି ଘଟଣାଟି ସେତେବେଳେ ଗ୍ରାମରେ ହଇଚଇ ସୃଷ୍ଟି କରିଥିଲା । ଭାଉଜ ସହ ଫେରାର ହୋଇଯାଇଥିବା ଘଟଣାକୁ ନେଇ ଆଜି ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ଶୁଣିବାକୁ ମିଳୁଛି । ପୋଲିସ ଦତନ୍ତ ପରେ ସତ୍ୟାସତ ସାମନାକୁ ଆସିବ ବୋଲି ଆଶା କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close