ନନ୍ଦନକାନନ ଖୋଲିଥିଲେ ବି ଫିକା ପଡ଼ିଛି ଦର୍ଶକଙ୍କ ସଂଖ୍ୟା, ଦେକାନୀଙ୍କ ଆଗ୍ରହ କମୁଛି

ବାରଙ୍ଗ, ୧୩/୧୦(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଖୋର୍ଦ୍ଧା ଜିଲ୍ଲା ଅର୍ନ୍ତଗତ ଓ ଭୁବନେଶ୍ୱର ମହାନଗର ନିଗମ ସନ୍ନିକଟ ବାରଙ୍ଗ ଠାରେ ଥିବା ରାଜ୍ୟର ଏକମାତ୍ର ଚିଡିଆଖାନା ନନ୍ଦନକାନନ ପ୍ରାଣୀ ଉଦ୍ୟାନ କରୋନା କଟକଣା ସତ୍ୱେ ଗତ ଅକ୍ଟୋବର ୦୪ ତାରିଖରୁ ଦର୍ଶକମାନଙ୍କ ପାଇଁ ଖୋଲାଯାଇଥିଲେ ହେଁ ଦର୍ଶକମାନଙ୍କ ଫିକା ଉପସ୍ଥାନ ସ୍ଥାନୀୟ ବ୍ୟବସାୟୀ ବ୍ୟଥିତ କରିଥିବା ବେଳେ ନନ୍ଦନକାନନ କର୍ମଚାରୀଙ୍କ ଆଗ୍ରହ ବି କମିଯାଇଛି । ‘କହ୍ନେଇଙ୍କ ପାଇଁ ଦୋଳ ମେଲଣ’ ଭଳି ବିନା ଦର୍ଶକ ବା ଅତିକମ ଦର୍ଶକରେ ନନ୍ଦନକାନନର କୈାତୂହଳତା ଓ ଉତ୍ସାହ ପ୍ରଶମିତ ହୋଇଛି । ଅଧିକାଂଶ ଲୋକ ଏବେ ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଥିବା ବେଳେ ସଉକ, ମଉଜ ମଜଲିସ ଯଥାସମ୍ଭବ କମ କରୁଥିବାର ପରିଲକ୍ଷିତ ହେଉଛି । ତା’ଛଡ଼ା କରୋନା ବିଭୀଷିକା ଜାରୀ ରହିଥିବା ବେଳେ ଲୋକେ ମଧ୍ୟ ସଂକ୍ରମିତ ଆଶଙ୍କାରେ ବାହାରେ ବୁଲାବୁଲି କରିବାକୁ ନାପସନ୍ଦ କରୁଛନ୍ତି । କେବଳ ନିଜର ଆବଶ୍ୟକୀୟ ଜିନିଷପତ୍ର ସଂଗ୍ରହ, ମେଡିସିନ କିଣା, ପିଲାଙ୍କ ପାଠ ପୁସ୍ତକ, ଖାତା, ମୋବାଇଲ ଆଦି ଯୋଗାଡ ସହ କର୍ମସ୍ଥଳୀକୁ ଯାଇ କାମ କରିବାକୁ ଚେଷ୍ଟିତ ଥିବା ବେଳେ ଅନ୍ୟାନ୍ୟ ବହୁ କିଛି କାର୍ଯ୍ୟକଳାପକୁ ବାଦ୍ ଦେଉଥିବାର ପରିଲକ୍ଷିତ ହେଉଛି । ଏଣେ ସରକାର ମନ୍ଦିର, ମସଜିଦ୍ ଖୋଲିବାକୁ କଟକଣାକୁ ବଳବତର ରଖିଥିଲେ ହେଁ ନନ୍ଦନକାନନ ଖୋଲି କେଉଁ ଫଳବତୀ କାର୍ଯ୍ୟକାରିତାକୁ ପ୍ରତିପାଦିତ କରିବାକୁ ଚାହୁଁଛନ୍ତି ତା’କୁ ନେଇ କେତେକ ତାଜୁବ ହେଉଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close