ଆବଶ୍ୟକୀୟ ଖାଉଟି ସାମଗ୍ରୀ ଅଧିକ ଦାମରେ ବିକ୍ରିକଲେ ହେବ କାର୍ଯ୍ୟାନୁଷ୍ଠାନ

ଯାଜପୁର ; ୦୯/୧୦ : ବଜାରରେ ଦରଦାମ ବୃଦ୍ଧିର ନିୟନ୍ତ୍ରଣ ନ ରହିବା ଜନସମାଜରେ ପ୍ରକାଶ ପାଇଛି । ଏପଟେ କୋଭିଡର ଭୟ ସେପଟେ ପନିପରିବା, ଆଳୁ,ପିଆଜ ଆଦି ଆବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି । ସାଧାରଣ ପରିବାରଲୋକେ ହେଉଛନ୍ତି ହନ୍ତସନ୍ତ । ଏଭଳି ସ୍ଥିତିକୁ ସାମ୍ନାରେ ରଖି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କ ନିର୍ଦେଶକ୍ରମେ ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ, ମାର୍କେଟିଂ ଇନ୍ସପେକ୍ଟର ଶୁଭାଙ୍ଗୀ ରାୟ ଯାଜପୁର ସହର ସ୍ଥିତ ଆଳୁ ଓ ପିଆଜ ହୋଲସେଲ ଦୋକାନ ଗ୍ରସ୍ତକରି ସମସ୍ୟାର କାରଣ ପରଖିଥିଲେ। ଅଧିକାରୀ ହୋଲସେଲ ଦୋକାନ ଗୁଡିକରେ ଥିବା ଷ୍ଟକ ସମ୍ପର୍କରେ ତଦାରଖ କରିଥିଲେ ଏଥି ସହ ବ୍ୟବସାୟୀଙ୍କ କାଗଜପତ୍ର ତନଖି ଥିଲେ। ଖାଉଟିଙ୍କ ପାଇଁ ଆଳୁ କିଲୋ ପ୍ରତି ୩୨/୩୩ଟଙ୍କା ,ପିଆଜ କିଲୋପ୍ରତି ୪୨/୪୪ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ମୂଲ୍ୟରେ ବିକ୍ରି କରାଯିବାକୁ ଯୋଗାଣ ଅଧିକାରୀ ଜି ପ୍ରଭାକର ପାତ୍ର ସୂଚନା ଦେଇଥିଲେ। ସ୍ଥିରୀକୃତ ମୂଲ୍ୟରେ ବିକ୍ରି କରାନଗଲେ ବିକ୍ରୟ କରୁଥିବା ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ ସି ରାଠୋର କହିଛନ୍ତି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close