ସରୋଜ କୁମାର ମିଶ୍ର ହେଲେ ଜଗତ୍‌ସିଂହପୁରର ନୂତନ ଜିଲ୍ଲାପାଳ

ଜଗତ୍‌ସିଂହପୁର, ୦୪/୧୦(ଚକ୍ରଧର ଦାଶଙ୍କ ଠାରୁ): ତିର୍ତୋଲ ବିଧାନସଭା କ୍ଷେତ୍ରରେ ଉପ-ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜଗତ୍‌ସିଂହପୁରର ଜିଲ୍ଲାପାଳ ବଦଳିଛନ୍ତି । ଜିଲ୍ଲାପାଳ ଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଏଠାରୁ ବଦଳି କରି ନିଆଯାଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଓ.ଏସ.ଡି ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ଗୃହ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିବା ସରୋଜ କୁମାର ମିଶ୍ରଙ୍କୁ ଜଗତ୍‌ସିଂହପୁରର ଜିଲ୍ଲାପାଳ ଦାୟିତ୍ୱ ମିଳିଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଜ୍ଞପ୍ତି ସଂଖ୍ୟା: ଜିଏଡି-ମିସ୍‌-୨୦୨୦-୨୨୨୧୬ ଓ ୨୨୨୧୭, ତା. ୦୪.୧୦.୨୦୨୦ ଆଦେଶ ବଳରେ ଏପରି ନୂତନ ଦାୟିତ୍ୱ ଭାର ଦିଆଯାଇଛି ।
ସୂଚନାଯୋଗ୍ୟ, ବିଦାୟୀ ଜିଲ୍ଲାପାଳ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ଉପୁଜିଥିଲା । ତାଙ୍କୁ ଏଠାରୁ ବଦଳି କରି ଅନ୍ୟତ୍ର ନିଆ ଯିବାକୁ ଦାବୀ ମଧ୍ୟ ହୋଇଥିଲା । କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏହି ପ୍ରସଙ୍ଗରେ ଅନେକ ବାର ଦାବୀ ଉଠାଇ ଥିଲେ । ଏପରିକି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ସେ ଫେରାଦ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close