ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମୋଦି ଓ ଆଦିତ୍ୟ ଯୋଗୀଙ୍କ କୁଶପୁତ୍ତଳିକା ଦାହ

ବ୍ୟାସନଗର, ତା 04.10: ଉତ୍ତର ପ୍ରଦେଶ ହାଥରସର ମନୀଷାଙ୍କ ପରିବାରଙ୍କୁ ମାନ୍ୟବର ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଦେଖା କରିବାକୁ ଯାଉଥିବାବେଳେ ଉତ୍ତର ପ୍ରଦେଶ ପୋଲିସ ବାଟରେ ଅଟକାଇ ଶ୍ରୀ ଗାନ୍ଧୀଙ୍କୁ ତଳେ ପକାଇ ଯେଭଳି ଭାବେ ଆକ୍ରମଣ କଲେ ଏହା ବି ଜେ ପି ସରକାରର ଗଣତନ୍ତ୍ର ପ୍ରତି ଶକ୍ତ ଆଘାତ  ଅଟେ ! ଉତ୍ତର ପ୍ରଦେଶର ବି ଜେ ପି ସରକାର ଯେଭଳି ଭାବେ ବଲାତ୍କାରୀମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସେମାନଙ୍କୁ ଘଣ୍ଟ ଘୋଡାଇବା ସହିତ ବିରୋଧୀ ଦଳର ନେତାମାନଙ୍କୁ ପୀଡିତା ପରିବାରକୁ ଦେଖା କରିବାର ସୁଯୋଗ ନ ଦେବା ଯୋଗୀ ଶାସନର ଜଙ୍ଗଲୀ ରାଜର ସଦ୍ୟ ପ୍ରମାଣ ଅଟେ ! ଏହାର ପ୍ରତିବାଦରେ ତା 01.10ରେ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଗୋପବନ୍ଧୁ ଛକ ଠାରେ ପୁଞ୍ଜିପତି ମାନଙ୍କ ରକ୍ଷା କବଚ ସାଜିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ କୁଶାସନ ବିରୁଦ୍ଧରେ ବିଭିନ୍ନ ଧ୍ଵନି ଦେବା ସହିତ କଂଗ୍ରେସର ଶତାଧିକ କର୍ମୀ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁହିଁଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ ! ଏହି କାର୍ଯ୍ୟକ୍ରମରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ବ୍ୟାସନଗର କଂଗ୍ରେସ କମିଟି ସଭାପତି ତପନ କୁମାର ନାୟକ, କୋରେଇ କଂଗ୍ରେସ କମିଟି ସଭାପତି ମଧୁସୂଦନ ସାହୁ, ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ନିର୍ମଳା ମଲ୍ଲିକ, ସୁଧାନିଧି ମହାପାତ୍ର,  ଦିଲ୍ଲୀପ ମଲ୍ଲିକ, ଶ୍ରମିକ ନେତା ପରମାନନ୍ଦ ସେଠୀ, ଜଗବନ୍ଧୁ ନାୟକ, ଅନୁସୟା ଯେନା, ପ୍ରଭାତ ମହାପାତ୍ର, ଚନ୍ଦ୍ରକାନ୍ତ ଖଣ୍ଡାଇ, ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ବିଜୟ କୁମାର ବୋଇତାଇ, ପଦ୍ମନାଭ ନାୟକ,ଦିଲ୍ଲୀପ କୁମାର ଯେନା, ନରହରି ବେହେରା,  ନିରଞ୍ଜନ ନାୟକ,ଶ୍ୟାମସୁନ୍ଦର ଯେନା, ପ୍ରଦୀପ କୁମାର ବଳ, ସନ୍ତୋଷ ଆଇଚ, ଗଜେନ୍ଦ୍ର କର, ଭରତ ଚନ୍ଦ୍ର ସାହୁ, ନରହରି କୁଆଁର, ଅମୁଲ୍ୟ କୁମାର ରାଜ, ଅମର ସାମଲ, ବିଶ୍ୱଜିତ ଦାସ  ଓ ବିଚିତ୍ର ପାତ୍ର  ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ବି ଜେ ପି ଶାସିତ ରାଜ୍ୟମାନଙ୍କରେ ବ୍ୟାପକ ଦୁର୍ନୀତି ସହିତ ଗୁଣ୍ଡାରାଜ ବୃଦ୍ଧି ପାଇବା ଓ ଗଣ ଦୁଷ୍କର୍ମକାରିମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଆଗାମୀ ଦିନରେ କଂଗ୍ରେସ ଦଳ ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ବି ଜେ ପି ହଟାଓ, ଗଣତନ୍ତ୍ର ବଞ୍ଚାଓ ଦାବି ନେଇ ଆନ୍ଦୋଳନ ବ୍ୟାପକ କରିବାକୁ ବଜ୍ର ଶପଥ ନେଇଥିଲେ !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close