ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ନିୟମ

ଭୁବନେଶ୍ୱର; ୦୧/୧୦ : ଗାଡିଚାଳକଙ୍କୁ ଆଉ ନିଜ ସାଥିରେ ଧରି ବୁଲିବାକୁ ପଡିବନି ଡ଼ି ଏଲ ଓ ଅନ୍ୟ ସରକାରୀ ଗାଡି କାଗଜପତ୍ର । ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଛି ନୂଆ ନିୟମ । ଚାଳକ ଯଦି ସାଙ୍ଗରେ ଜରୁରୀ କାଗଜପତ୍ର ନେଇ ନ ଥିବେ  ତେବେ ସେମାନଙ୍କ ଉପରେ କୌଣସି ଜୋରିମାନା ଲାଗୁ କରାଯିବ ନାହିଁ । ଚାଳକଙ୍କୁ  ଏସବୁ ନିଜ ମୋବାଇଲ ଡ଼ିଜି ଲକର ଆପରେ ଓ ଏମ ପରିବହନ ଆପରେ ଡିଜିଟାଲ କପି କରି ରଖିପାରିବେ । ନୂତନ ମୋଟର ଯାନ ଆଇନର ଡିଜିଟାଲ ବ୍ୟବସ୍ଥାରେ ଏ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଗାଡିର ଯାଞ୍ଚ ସମୟରେ ଡ଼ି ଏଲ, ଆର ସି, ଇନ୍ସୁରାନ୍ସ, ଲାଇସେନ୍ସ ଆଦି କାଗଜପତ୍ରର ହାର୍ଡ କପି ସାଙ୍ଗରେ ଧରି ବୁଲିବା ବାଧ୍ୟତା ମୂଳକ ନୁହେଁ । ଟ୍ରାଫିକ ଚେକିଂ ସମୟରେ ଡିଜିଟାଲ କପି ଦେଖାଇପାରିବେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close