ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ , ଦିନକୁଦିନ ଗୋରୁଗାଈଙ୍କ ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି

ଭଦ୍ରକ ; ୨୧/୯ : ଭଦ୍ରକ ଜିଲ୍ଲା ଛତାବର ନିକଟସ୍ଥ ଜାତୀୟ ରାଜପଥର ମଝାମଝିରେ ସଡକ ଦୁର୍ଘଟଣାରେ ଏକ ଗୋରୁ ଭାରୀଯାନର ଆଘାତରେ ମୃତ୍ୟୁ ବରଣ କରିଥିବା ବେଳେ ସଡ଼କପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ ଯେ ଗୋରୁଟି ଦିନତମାମ ରାସ୍ତା ମଝିରେ ପଡ଼ି ରହିଥିଲା ଯାହା ଫଳରେ ସେହି ରାସ୍ତା ଦେଇ ଯାଉଥିବା ଶହ ଶହ ଯାନବାହନ ଗାଡି ଚଳାଇବାରେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଗୋରୁଟି ରାସ୍ତା ମଝିରେ ପଡିରହିଥିଲା କିନ୍ତୁ ତାକୁ ରାସ୍ତାରୁ ହଟାଇବାକୁ କେହି ନଜର ପକାଇ ନଥିଲେ । ଏମିତି ପ୍ରତ୍ୟେକ ଦିନ ରାସ୍ତା ଦୁର୍ଘଟଣାରେ ଅନେକ ଗୋରୁଗାଈ ମୃତ୍ୟୁ ବରଣ କରୁଛନ୍ତି । ଲୋକେ ଗୋରୁଗାଈଙ୍କୁ ନିଜ ଆୟତରେ ନ ରଖି ରାସ୍ତା ଉପରେ ଖୁଲା ଛାଡ଼ିଦେଉଛନ୍ତି ଯାହା ଫଳରେ ଦୁର୍ଘଟଣା ବାଢ଼ିବାକୁ ଲାଗିଛି ।  ସ୍ଥାନୀୟ ପ୍ରଶାସନ ତଥା ରାଜମାର୍ଗ ଅଧିକାରୀ ଏଥି ପ୍ରତି ନଜର ଦେବାକୁ ଜନସାଧାରଣ ନିବେଦନ କରିଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close