ସେବା ସପ୍ତାହରେ ଆନନ୍ଦପୁର ବିଜେପି ତରଫରୁ ଶିଶୁ ଖାଦ୍ୟ ବଣ୍ଟନ
ଆନନ୍ଦପୁର, ୧୭।୯(ଅକ୍ଷୟ କୁମାର ସାହୁଙ୍କ ଠାରୁ): ଭାରତବର୍ଷର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ଘସିପୁରା ଏସ୍ ଆର୍ ଏମ୍ ଅନାଥାଶ୍ରମରେ ବିଜେପି ତରଫରୁ ବୟସ୍କ ବ୍ୟକ୍ତିମାନଙ୍କୁ ଫଳ ଓ ଶିଶୁମାନଙ୍କୁ ଶିଶୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ-ସଭାପତି ମହେଶ୍ଵର ସାହୁ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଆଲୋକ କୁମାର ସେଠୀ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ରାମ ଚନ୍ଦ୍ର ସାହୁ, ବିଜେପି ଜିଲ୍ଲା ଉପସଭାପତି ଗୋଲକ ଜେନା, ଜିଲ୍ଲା ସଂପାଦକ ଜ୍ଞାନ ରଂଜନ ସାମନ୍ତସିଂହାର, ବରିଷ୍ଠ ନେତା ଭଗବାନ ସାହୁ, ଆନନ୍ଦପୁର ନଗର ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ଯଞ୍ଜ ପ୍ରସାଦ ସାହୁ, ସୁଶାନ୍ତ କୁମାର ଜେନା, ସନ୍ତୋଷ କୁମାର ଜେନା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ସୁମତି ଜେନା, ରଘୁନାଥ ସାହୁ ପ୍ରମୁଖ ଭାଗନେଇଥିଲେ।