ବନ୍ୟା ବିପନ୍ନ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ସହାୟତା

ଯାଜପୁର, ୧୬/୯: ଚଳିତ ବର୍ଷର ବନ୍ୟା ଯାଜପୁର ଜିଲ୍ଲାରେ ନାହିଁ ନଥିବା କ୍ଷତି ଘଟାଇଛି । ବିଶେଷକରି ବ୍ରାହ୍ମଣୀ ନଦୀରେ ବନ୍ୟା ପାଇଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଳକର ଅନେକ ବୁଣାକାର ଓ ହସ୍ତଶିଳ୍ପୀଙ୍କ ପ୍ରଭୁତ କ୍ଷତି ଘଟିଛି । ଏଭଳି ଅସମୟରେ ଚକ ଗୋପାଳପୁରର ବନ୍ୟା ବିପନ୍ନ ବୁଣାକାରଙ୍କ ସହସାମନ୍ତରାପୁର, ଅତଲାପୁର ଓ କୁଳଗାଁର କଂସାପିତଳ ହସ୍ତଶିଳ୍ପୀଙ୍କୁ ସହାୟତାର ହାତ ବଢାଇଛି ନୂଆଦିଲ୍ଲୀର ସର୍ବ ଭାରତୀୟ ସ୍ତରର ସ୍ୱେଚ୍ଛାସେବୀ ସଂଗଠନ ଗୁଂଜ ।ଏହି ରିଲିଫ ବଂଟନ କାର୍ଯ୍ୟକ୍ରମକୁ ବୁଣାକାର ଓ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ କାର୍ଯ୍ୟକରୁଥିବା ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଅରୂପା ଓ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ପରିଚାଳନା କରାଯାଇଥିଲା । ଚକ ଗୋପାଳପୁରର ମା ତାରିଣୀ ତନ୍ତୁବାୟ ସହଯୋଗ ସମିତି ଲି ପରିସରରେ ଆୟୋଜିତ ଏହି ରିଲିଫ ବଂଟନ କାର୍ଯ୍ୟକ୍ରମରେ ଗୁଂଜର ଓଡିଶା ମୁଖ୍ୟ ସୁରେଶ କୁମାର, ଜିଲ୍ଲା ସଂଯୋଜକ ଶଙ୍କର୍ଷଣ ପୁହାଣ, ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ସାହୁ , ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ସଂପାଦକ ପ୍ରିୟରଂଜନ କର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟର ତଦାରଖ କରିଥିଲେ ।
ଚକ ଗୋପାଳପୁର, ଅତଲାପୁର, କୁଳୁଗାଁ ଓ ସାମନ୍ତରାପୁରର ପ୍ରାୟ ଦେଢ ଶହ ବୁଣାକାର ଓ ହସ୍ତଶିଳ୍ପୀ ପରିବାରକୁ ଗୁଂଜ ପକ୍ଷରୁ ଏଭଳି ସହାୟତା ପ୍ରଦାନ କରାଯାଇଛି । ରିଲିଫ ବାବଦରେ ପ୍ରତି କାରିଗରଙ୍କୁ ଦଶ କେଜି ଚାଉଳ, ୫ କେଜି ଅଟା, ୨କେଜି ଡାଲି, ୨ କେଜି ଚଣା, ସୋରିଷ ତେଲ ୧ ଲିଟର, ୨ଟି ହାତତିଆରି କପଡା ଦରି, ୨ଟି ମସାରି, ୨ଟି ମାସ୍କ, ୪ଟି ଟୁଥପେଷ୍ଟ, ୨ଟି ସାବୁନ , ୮ଟି ସାମ୍ପୋ ପାଉଚ ଓ ୩ ପ୍ରକାରର ମସଲା ଦିଆଯାଇଛି ।
ସୂଚନାଥାଉକି, ଗତ ୨୮ ତାରିଖରେ ଚକ ଗୋପାଳପୁର ନିକଟରେ ବ୍ରାହ୍ମଣୀ ନଦୀବନ୍ଧରେ ଘାଇ ହେତୁ ଗାଁରେ ପାଣି ପଶି ଏଠାକାର ବୁଣାକାରଙ୍କ ନାହିଁନଥିବା କ୍ଷତି ଘଟିଥିଲା । ଏ ସଂପର୍କରେ ଖବର ପାଇବା ପରେ ଓଡିଶା ଶିଳ୍ପୀ ମହାସଂଘର ରାଜ୍ୟ ସଭାପତି ଉଦୟ ମହାନ୍ତି, ସଂପାଦକ ପ୍ରିୟରଂଜନ କର ଓ ସଂଗଠନ ସଂପାଦିକା ସରୋଜିନୀ ଦାସ ଚକ ଗୋପାଳପୁର ପରିଦର୍ଶନରେ ଆସିଥିଲେ । ତତସହିତ ବ୍ରାହ୍ମଣୀ ନଦୀର ବନ୍ୟାଘେରରେ ଥିବା ନିକଟସ୍ଥ ଅତଲାପୁର, ବାଲିପାଟଣା ଓ ସାମନ୍ତରାପୁରର କଂସା ପିତଳ କାରିଗରଙ୍କ ଦୁର୍ଦ୍ଦଶା ବୁଲି ଦେଖିଥିଲେ । ଏଠାକାର ବନ୍ୟା ବିପନ୍ନ ଶିଳ୍ପୀ ଓ ବୁଣାକାରଙ୍କୁ ସହାୟତା ଯୋଗାଇ ଦେବାକୁ ଭୁବନେଶ୍ୱର ସ୍ଥିତ ଅରୂପାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ କୁମାର ସାହୁଙ୍କ ମାଧ୍ୟମରେ ଗୁଂଜକୁ ଅନୁରୋଧ କରାଯାଇଥିଲା । ଗୁଂଜର ଓଡିଶା ମୁଖ୍ୟ ସୁରେଶ କୁମାରଙ୍କ ଉଦ୍ୟମ କ୍ରମେ ବନ୍ୟା ବିପନ୍ନ କାରିଗରଙ୍କୁ ଗୁଂଜ ସହାୟତାର ହାତ ବଢାଇଥିବାରୁ ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସାମନ୍ତରାପୁରର କଂସା ପିତଳ କାରିଗର ରଂଗାଧର ସାହୁ ଅତିଥୀମାନଙ୍କୁ ନିଜ ହାତ ତିଆରି ପିତଳର ରଂଗୀନ ଥାଳି ପ୍ରଦାନ କରି ସଂବର୍ଦ୍ଧିତ କରିଥିଲେ । ଠିକ ସେହି ଭଳି ଗୋପାଳପୁରର ବୁଣାକାର ରବିନ୍ଦ୍ର ସୁର, ଗୋବିନ୍ଦ ଦାସ, ବୈକୁଣ୍ଠ ଓ ଜୁମର ଦାସ ଉତରିୟ ପ୍ରଦାନ କରି ଅତିଥୀଙ୍କୁ ସମ୍ମାନିତ କରିଥିଲେ । ଏହି ରିଲିଫ ବଂଟନ କାର୍ଯ୍ୟକ୍ରମର ପରିଚାଳନାରେ ଓଡିଶା ଶିଳ୍ପୀ ମହାସଂଘର କୋଷାଧକ୍ଷ୍ୟ ଅଶୋକ କୁମାର ଗୁଇଁଙ୍କ ସହ ସଦସ୍ୟ ମକର ଧ୍ୱଜ ଗୁଇଁ, ଅମୂଲ୍ୟ ସୁର, ଦୁର୍ଯ୍ୟୋଧନ ଚାନ୍ଦ, ବଟକୃଷ୍ଣ ସାହୁ, ଶ୍ରୀଧର ସାହୁ, ରଂଗାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close