କୋରେଇର ଧଗଡ଼ିଆ ଆଡିରେ ବୃକ୍ଷରୋପଣ
କୋରେଇ, ୧୨/୦୯(ରାମଚନ୍ଦ୍ର ବାରିକଙ୍କ ଠାରୁ): ଯାଜପୁର ଜିଲ୍ଲା କୋରେଇ ବ୍ଲକର ଗୋହୀରଗଡ଼ିଆ ପାଶ୍ୱର୍ରେ ଥିବା ଧଗଡିଆ ଆଡିରେ ଆଜି ଶନିବାର ସକାଳେ ୦୭ ରୁ ୦୮ଜଣ ସ୍ୱେଚ୍ଛାସେବୀ ପୋଖରୀ ହୁଡାରେ ବୃକ୍ଷରୋପଣ କରି ସବୁଜିମା ସୃଷ୍ଟି ସହ ମୃତିକା ସରଂକ୍ଷଣ, ପୋଖରୀକୁ ମାଡି ଅତଡ଼ା ଖସିବା ଉପରେ ପ୍ରତିବନ୍ଧକ କରିବା ଭଳି ମହତ ଉଦ୍ଦେଶ୍ୟ ରଖିଛନ୍ତି । ଏଥିରେ କୃପାସିନ୍ଧୁ ରାଉତ, ବରିଷ୍ଠ ସାମ୍ବାଦିକ ପ୍ରିୟରଂଜନ କର, ରବୀନ୍ଦ୍ର ମହାନ୍ତି, ସନାତନ ଦାସ, ଶୁଶାନ୍ତ କର, ଜନ୍ମେଜୟ ରାଉତ, ଗୁଡୁ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରି ପରିବେଶ ସୁରକ୍ଷାକାରୀ ବର, ଅଶ୍ୱତ୍ଥ, କୃଷ୍ଣଚୂଡ଼ା, ଚମ୍ପା, ଓଉ, ପେସ୍ତାବାଦାମ ଆଦି ବୃକ୍ଷରୋପଣ କରିଥିଲେ ।
Live Share Market