କୁଆଖିଆ ହାଇ-ଟେକ୍ ବିଜ୍ଞାନ ମହାବିଦ୍ୟାଳୟ କୋଭିଡ୍ ସେଂଟରରେ ପୁଣି କରୋନା ପରୀକ୍ଷା

କୁଆଖିଆ, ୦୯/୦୯(ପଦ୍ମଲୋଚନ ନାୟକଙ୍କ ଠାରୁ): ସ୍ଥାନୀୟ ‘ହାଇ-ଟେକ୍ ବିଜ୍ଞାନ ମହାବିଦ୍ୟାଳୟ’ଠାରେ କରୋନା ପରୀକ୍ଷା ପ୍ରାୟ ଏକ ମାସ ଧରି ବନ୍ଦ ଥିଲା । ଆବଶ୍ୟକତାକୁ ଉପଲବ୍‌ଧି କରି ଆଜି ଏଠାରେ ପୁନଶ୍ଚ କରୋନା ପରୀକ୍ଷା ଆରମ୍ଭ ହୋଇଛି । ଆଜି ୫୦ ଜଣଙ୍କ କରୋନା ପରୀକ୍ଷା ହୋଇଥିବା ବେଳେ ୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, କୁଆଖିଆ ବଜାର ଏକ ବ୍ୟବସାୟିକ ପେଣ୍ଠ ସ୍ଥଳ । ରସୁଲପୁର ବ୍ଲକ୍ ଅଂଚଳ ସହିତ ହରିପୁରହାଟ, ଯାଜପୁର ଟାଉନ, ଯାଜପୁରରୋଡ ଆଦି ସ୍ଥାନକୁ ସଦାସର୍ବଦା ଏଠାରୁ ଯୋଗାଯୋଗ ରହିଛି । ବନ୍ୟା ପରେ ସଂକ୍ରମଣର ମାତ୍ରା ବଢ଼ୁଥିବାରୁ ଏଠାରେ ପରୀକ୍ଷା କରିବାର ଆବଶ୍ୟକତା ଦେଖାଦେଇଛି ବୋଲି କୁହାଯାଉଛି । ଆଜିର ଏହି କରୋନା ପରୀକ୍ଷାକୁ ଡ଼ା. ବସନ୍ତ କୁମାର ପଣ୍ଡା, ହାଇ-ଟେକ୍ କଲେଜର ପ୍ରଶାସନିକ ଅଧିକାରୀ ଚନ୍ଦ୍ରଶେଖର ନାୟକ, ବାହାଦଲାପୁର ସରପଂଚଙ୍କ ପ୍ରତିନିଧି ଶିଶିର କୁମାର ମହାନ୍ତି ପ୍ରମୁଖ ଏହାକୁ ସଂଚାଳନ କରିଥିଲେ । ଏଥିରେ ମଧୁବନ ମେଡିକାଲର ସମସ୍ତ ଷ୍ଟାଫ୍ ସହାୟତା କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close