ଡାକ୍ତରମାନେ କରୋନା ସଂକ୍ରମିତ ହେଉଥିବାରୁ ଶିଶୁ ରୋଗ ବିଶେଷଜ୍ଞ ପି କେ ସାହୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ଲିନିକ୍ ବନ୍ଦ କଲେ

ବ୍ୟାସନଗର, ୦୪/୦୯: କରୋନା ପରୀକ୍ଷାକୁ ଯୋରଦାର କରାଯିବା ପରେ ସଂକ୍ରମିତଙ୍କ ସଂଖ୍ୟା ବ୍ୟାସନଗର ସହରରେ ହୁ ହୁ ହୋଇ ବଢ଼ୁଥିବାର ଦେଖାଯାଉଛି । ଗତ କାଲି ସହରର ଜଣେ ବ୍ୟବସାୟୀ ଏଥିରେ ମୃତ୍ୟୁବରଣ କରିଥିଲେ । ୨-୩ଦିନ ମଧ୍ୟରେ ୦୩ ଜଣ ଡାକ୍ତର ସଂକ୍ରମିତ ହୋଇଥିବା ବେଳେ ଆଜି ମଧ୍ୟ ଜଣେ ଡାକ୍ତର ପୁଣି ସଂକ୍ରମିତ ହୋଇଥିବାର ଜଣାଯାଇଛି । ଏହାଛଡ଼ା ଡ଼ାକ୍ତରଖାନାର ଅନ୍ୟ କିଛି କର୍ମଚାରୀମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ନିକଟରେ ଥିବା ଏକ ଘରୋଇ ନସିଂହୋମର ଜଣେ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଏହାର ମାଲିକ ନସିଂହୋମକୁ ବନ୍ଦ କରିଦେଇଛନ୍ତି । ସେହିପରି ଜିଲ୍ଲା ଚିକିତ୍ସା ଦାୟିତ୍ୱରେ ଥିବା ୦୨ ଜଣ ବରିଷ୍ଠ ଅଧିକାରୀ ସଂକ୍ରମିତ ହୋଇ ଚିକିତ୍ସିତ ଅଛନ୍ତି ।
        ପରିସ୍ଥିତିକୁ ଦେଖି ବରିଷ୍ଠ ତଥା ଲୋକ ପ୍ରିୟ ଶିଶୁରୋଗ ବିଶେଷଜ୍ଞ ଡ଼ା. ପ୍ରସନ୍ନ କୁମାର ସାହୁ ତାଙ୍କ ସାହୁ ମାର୍କେଟ ସ୍ଥିତ କ୍ଲିନିକ୍‌କୁ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି । ହେଲେ ବ୍ୟାସନଗର ସହର ଓ ଏହାର ଆଖପାଖ ଅଂଚଳରେ ଡ଼ା. ସାହୁ ଜଣେ ନାମକରା ଓ ନିର୍ଭରଯୋଗ୍ୟ ଶିଶୁ ରୋଗ ବିଶେଷଜ୍ଞ ହୋଇଥିବାରୁ ଲୋକେ ତାଙ୍କର ଆବଶ୍ୟକତାକୁ ନିଶ୍ଚୟ ଲୋଡିବେ । ସେଥିସକାଶେ ସେ ଭିଡିଓ କନ୍‌ଫରେନ୍ସି ଜରିଆରେ ରୋଗୀ ସେବା (ଶିଶୁମାନଙ୍କ ସେବା) ଜାରୀ ରଖିବେ ବୋଲି କହିଛନ୍ତି । ତାଙ୍କର ପରାମର୍ଶ ମଧ୍ୟ ଏଭଳି ସମୟରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କେତେକ କହିଛନ୍ତି । କାରଣ ଶିଶୁମାନଙ୍କ କଷ୍ଟକୁ ସହ୍ୟ କରିବା ଅତୀବ ଦାରୁଣ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close