ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀରେ ସତ୍ୟବ୍ରତଙ୍କ ପଦଯାତ୍ରୀ ଜାରୀ

ଝରିଗାଁ, ୨୯/୦୮: ଓଡ଼ିଶା ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବୀରେ ଜଗତ୍‌ସିଂହପୁର ଜିଲ୍ଲାର ‘ଜନ ସଚେତନତା ମଂଚ’ର ଆବାହକ ତଥା ସମାଜସେବୀ ସତ୍ୟବ୍ରତ ଦାସ ଗତ ବର୍ଷ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରି ଗତ କାଲି ଶୁକ୍ରବାର ଆସି ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ପହଚିଂଥିଲେ । ଝରିଗାଁର ବିଧାୟକ ପ୍ରକାଶ ମାଝୀ ତାଙ୍କର ଏହି ପଦଯାତ୍ରାକୁ ସମର୍ଥନ ପୂର୍ବକ ତାଙ୍କୁ ଭେଟି ଉତ୍ସାହିତ କରିଥିଲେ । ସତ୍ୟବ୍ରତ ଏଥିପାଇଁ ଶ୍ରୀ ମାଝୀଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି । ଦାବୀ ପୂରଣ ପାଇଁ ଓଡ଼ିଶାର ସମସ୍ତ ବ୍ଲକରେ ପହଚିଂ ବି.ଡି.ଓଙ୍କ ମାଧ୍ୟମରେ ଦାବୀ ପତ୍ର ପ୍ରଦାନ କରୁଥିବା ସତ୍ୟବ୍ରତଙ୍କ ପ୍ରତି ପ୍ରାୟ ସମସ୍ତ ଅଂଚଳରେ ଜନ ସମର୍ଥନ ମିଳୁଥିବାର ପରିଲକ୍ଷିତ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close