ଅସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଭରଚୁଆଲ ବୈଠକରେ ଅଗଷ୍ଟ ୩୧କୁ “ଜୀବିକା ବଞ୍ଚାଓ ଅଭିଯାନ” ରାଜ୍ୟ ସାରା ଦାବି ଦିବସ ପାଳନ ନିଷ୍ପତି

ବ୍ୟାସନଗର,୨୫/୮: ତା ୨୧.୮.୨୦୨୦ରିଖ ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସ ଦ୍ୱାରା ଏକ ଭରଚୁଆଲ ବୈଠକ ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଅଛି ! ଅଖିଳ ଭାରତୀୟ ଅଣସଂଗଠିତ ଶ୍ରମିକ କଂଗ୍ରେସର ଜାତୀୟ ପରିଷଦର ନିଷ୍ପତି ଅନୁଯାୟୀ ଅଗଷ୍ଟ ୧୫ ଠାରୁ ୩୧ପର‌୍ୟ୍ୟ୍ନ୍ତ ଦେଶ ତମାମ ୪ ଦଫା ଦାବି ଯଥା (୧ ) ସମଗ୍ର ଦେଶର ଅଣସଂଗଠିତ ଶ୍ରମିକ ମାନଙ୍କ ଜୀବିକା ବଞ୍ଚାଇବା, (୨) ଅବିଳମ୍ବେ ସମସ୍ତ ଶ୍ରମିକଙ୍କ ନାମ ସରକାରୀ ଭାବେ ପଞ୍ଜିକରଣ କରିବା, (୩) ସମସ୍ତ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ଦେବା, (୪) ସମସ୍ତ ଶ୍ରମିକ ମାନଙ୍କୁ ରାସନ କାର୍ଡ ପ୍ରଦାନ କରିବା ପ୍ରଭୃତି ଦାବି ନେଇ ସମସ୍ତ ଶ୍ରମିକ ଙ୍କ ସ୍ଵାକ୍ଷରରେ ପୋଷ୍ଟ କାର୍ଡ ଜରିଆରେ ୩୧ ଅଗଷ୍ଟରେ ବ୍ଲକ ଓ ସଦର ମହକୁମାଗୁଡିକ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିବାକୁ ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତିମାନ ନିଆଯାଇଛି ! ସେହିଦିନ ସାମାଜିକ ଦୂରତା ରକ୍ଷାକରି ପୃଥକ ପୃଥକ ସ୍ଥାନରେ ବ୍ଲକ ଠାରୁ ଜିଲ୍ଲା ପର‌୍ୟ୍ୟହନ୍ତ କଂଗ୍ରେସର ଲୋକସଭା ଓ ବିଧାନସଭାର ପ୍ରତିନିଧି ଓ ପ୍ରାଥୀଙ୍କୁ ନେଇ ଏହି ଦାବି ପ୍ରଦାନ କରିବାକୁ ଜାତୀୟ ସଂଯୋଜିକା ଓ ଓଡିଶା ଦାୟିତ୍ୱରେ ଥିବା ଶ୍ରୀମତୀ ଚନ୍ଦ୍ରରେଖା ପାଣ୍ଡେ ବକ୍ତବ୍ୟରେ ପ୍ରକାଶ କରିଥିଲେ ! ଏହି ବୈଠକରେ ଅଣସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟର ବିଭିନ୍ନ ବିଭାଗର ସଂଯୋଜକ ଭାବେ ରାଇ ଚରଣ ମହାନ୍ତି, ବିଜୟ କୁମାର ବୋଇତାଇ ଓ ଜିଲ୍ଲା ସଭାପତିମାନଙ୍କ ମଧ୍ୟରେ ବାଲେଶ୍ୱରର ବିକାଶ କୁମାର ଦାସ ଓ ଉପ ସଭାନେତ୍ରୀ ଜ୍ୟୋସ୍ନାମୟୀ ସେନାପତି, ଭଦ୍ରକର ସୁଭାଶିଷ ନାୟକ, ଯାଜପୁରର ଚନ୍ଦ୍ରକାନ୍ତ ଖଣ୍ଡାଇ, ଝାରସୁଗୁଡାର ମହେନ୍ଦ୍ର କୁମାର ମିଶ୍ର, ଜିଲ୍ଲା ସଂଯୋଜକ ଭାବେ ଯାଜପୁରର ପରମାନନ୍ଦ ସେଠୀ, ଶିବ ପ୍ରସାଦ ନାଥ, ମମତା ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ୫୨ଜଣ ରାଜ୍ୟ ଓ ଜିଲ୍ଲା ପ୍ରତିନିଧି ଏହି ଭରଚୁଆଲ କାର‌୍ୟ୍ୟ୍କ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ରଖିଥିଲେ ! ଏହାକୁ ଗୁରୁତ୍ୱ ଦେଇ ୩୧ତାରିଖ ପର‌୍ୟ୍ୟନ୍ତ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ନିଷ୍ପତି ନିଆଯାଇଥିଲା !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close