ପ୍ରିୟଦର୍ଶନୀ ରୋଡ ପାଲଟିଛି କୃତିମ ପୋଖରୀ, ଅବସ୍ଥା କେବେ ସୁଧୁରିବ ତା’ର ଠିକ୍‌ଠିକଣା ନାହିଁ

ବ୍ୟାସନଗର, ୨୩/୮(ଦୁଷ୍ମନ୍ତ କୁମାର ରାଉତ): ଏ ଦୁରାବସ୍ଥା କେଉଁ ଅପନ୍ତରା ଗାଁ’ର କଥା ନୁହେଁ କି ଉପାନ୍ତ ଅଂଚଳର ଅବସ୍ଥା ବି ନୁହେଁ । ଏ ହେଉଛି ଖୋଦ୍ ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଂଚଳର ମୁଖଶାଳା ବୋଲି ବିଦିତ କ୍ରୋମନଗରୀ ୨୬ ୱାର୍ଡ଼ ବିଶିଷ୍ଟ ବ୍ୟାସନଗର ମ୍ୟୁନିସ୍‌ପାଲିଟିର ୧୫ନଂ. ୱାର୍ଡର କଥା । ୨୦ନଂ. ରାଜପଥର ସାମ୍ବାଦିକ ୰ କରମଚାନ୍ଦ ଲାହାଙ୍କ ଘର ପାଖରୁ ବାହାରି ଥିବା ରାସ୍ତାଟି ପ୍ରିୟଦର୍ଶିନୀ ରୋଡ ଦେଇଯାଇଛି । ରାଜପଥଟି ଅନେକ ସମୟରେ ଜାମ ରହୁଥିବାରୁ ବହୁ ଛୋଟ ବଡ଼ ଯାନ ସମେତ ମୋଟର ସାଇକେଲ, ସାଇକେଲ ଓ ପଥଚାରୀମାନେ ଏହି ରାସ୍ତାରେ ଯିବା ଆସିବା କରିଥାନ୍ତି । ଅସରାଏ ବର୍ଷା ହେଲେ ୰ ଲାହା ଛକରୁ ପ୍ରଦୀପ ଦେଓଙ୍କ ଘର ପର୍ଯ୍ୟନ୍ତ ରାସ୍ତାଟି ଜଳାବର୍ଣ୍ଣ ହୋଇ ଏକ କୃତିମ ପୋଖରୀର ଭ୍ରମ ସୃଷ୍ଟି କରିଥାଏ, ଯାହା ଫଳରେ କି ଠିକ୍ ଭାବେ ରାସ୍ତା ଠଉରାଇ ନ  ପାରି ରାତ୍ରୀରେ କ’ଣ ଏପରିକି କେତେକ ଦିନରେ ବି ଦୁର୍ଘଟଣାର ଶିକାର ହୋଇ ଆସୁଛନ୍ତି । ସନ୍ଦୀପ ମିଶ୍ରଙ୍କ ଘର ପାଖରୁ ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକଙ୍କ ଘର ପର୍ଯ୍ୟନ୍ତ ରାସ୍ତାରେ ଅସରାଏ ବର୍ଷାରେ ବେଙ୍ଗ ମୁତିଲେ ପାଣି ଭଳି ପାଣି ମାଡିଯାଇ ଘର ମଧ୍ୟରେ ପ୍ରବେଶ କରିଥାଏ । ରାସ୍ତାରେ ଅଧିକାଂଶ ସମୟ ପାଣି ଜମି ରହୁଥିବାରୁ ନେଳି ଲାଗି ଖସଡା ହୋଇଥାଏ । ପ୍ରିୟଦର୍ଶୀନି ରୋଡ ରାସ୍ତା କଥା ବି ତଦ୍ରୂପ! ରାସ୍ତାଟିରେ ବଡ଼ ବଡ଼ ଗାତ ଓ ଖାଲ ଖମା ଦୀର୍ଘ ଦିନ ହୋଇଥିଲେ ବି ଏହାର ମରାମତି ହେଉନି! ପୁନଶ୍ଚ, ଏହି ଅଂଚଳରେ ବହୁ ଭି.ଭି.ଆଇ.ପି ବସବାସ କରିଥାନ୍ତି । ବହୁ ଅଧିକ ସଚେତନଶୀଳ ଲୋକେ ରାସ୍ତାର ଏପରି ଦୁରାବସ୍ଥା ପାଇଁ କ୍ଷୋଭ ପ୍ରକାଶ କରିଆସୁଥିଲେ ବି ଫଳ କିଛି ମିଳୁ ନାହିଁ । ଅପରପକ୍ଷରେ ପୈାର କର୍ତୃପକ୍ଷ ଏହି ଅଂଚଳରୁ ଭଲ ହୋଲ୍ଡିଂ ଟିକସ ପାଇଥାଏ । ରାସ୍ତାଟି ଦୀର୍ଘ ୩ ବର୍ଷ ହେଲା ଅତି ଶୋଚନୀୟ ହୋଇ ପଡିଥିଲେ ହେଁ ରାସ୍ତାର ମରାମତି ପାଇଁ ପୈାର ପରିଷଦର ନିଘା ନାହିଁ । ଏଣେ ବ୍ୟାସନଗରର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ ବୋଲି ଶାସକ ଦଳ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଓ ସଭାସମିତିରେ ଡେଙ୍ଗୁରା ପିଟାଯାଉଛି । ବିଦ୍ୟାଳୟରେ ପଢ଼ୁଥିବା ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ପ୍ରତ୍ୟହ ଏହି ରାସ୍ତାରେ ଗଲା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏବେ ବର୍ଷା ଦିନ ହୋଇଥିବାରୁ ଏହି ରାସ୍ତାରେ ସବୁବେଳେ ଆଣ୍ଠୁଏ ପାଣି ଜମା ହୋଇ ରହୁଥିବାର ପରିଲକ୍ଷିତ ହେଉଛିି । ଫଳତଃ ସାପ ଓ ଅନ୍ୟାନ ସରୀସୃପ ପ୍ରଭୃତି ଘରେ ଓ ଗୁହାଳରେ ପଶୁଥିବାରୁ ଧନଜୀବନ ପ୍ରତି ବିପଦ ଦେଖାଦେଇଛି । ପଥଚାରୀ ରାସ୍ତା ଠଉରାଇ ରାସ୍ତାରେ ଯିବାରେ ଅସୁବିଧା ଭୋଗୁଥିବାରୁ ଅଧିକାଂଶ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ହାତ ଗୋଡ ମଧ୍ୟ ଭାଂଗୁଥିବାର ନଜିର ରହିଛି । ୨୦୦ରୁ ଉର୍ଦ୍ଧ ପରିବାର ଏହି ଅଂଚଳରେ ବସବାସ କରନ୍ତି । ଏହି ଅବ୍ୟବସ୍ଥା ବାବଦରେ ବାରମ୍ବାର ସ୍ଥାନୀୟ ଲୋକେ ପୈାର ପରିଷଦର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ଫଳାଫଳ ମିଳୁ ନାହିଁ । ରାସ୍ତାର ଦୁରାବସ୍ଥା ବାବଦରେ ଅଂଚଳବାସୀଙ୍କ ତରଫରୁ ବିଭିନ୍ନ ସମୟରେ ସମାଜସେବୀ ତଥା ସାମ୍ବାଦିକ ସୁଦୀପ୍ କୁମାର ମିଶ୍ର ପ୍ରମୁଖ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ବ୍ୟାସନଗର ପୈାର ପ୍ରଶାସକ ସନ୍ତୋଷ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେବେ ଏହି ସମସ୍ୟାର ସମାଧାନ ହେବ ତାହାକୁ ନେଇ ଅନେକ ସନ୍ଧିହାନ ହୋଇପଡିଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ବହୁ ସ୍ଥାନୀୟ ଅଧିବାସୀ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close