
ନୀଳାଚଳ ଇସ୍ପାତ ନିଗମରେ ନିଯୁକ୍ତି ଅଭିଯାନ ସମ୍ପର୍କରେ କମ୍ପାନୀର ସ୍ପଷ୍ଟୀକରଣ
କଳିଙ୍ଗନଗର, ୨୨/୦୩ (ଉ.ନ୍ୟୁଜ୍ ବ୍ୟୁରୋ): ଗତ ତା. ୨୦/୦୩/୨୦୨୫ରେ ‘ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍’, (ଏନ୍ଆଇଏନ୍ଏଲ୍) କର୍ତୃପକ୍ଷ ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, “କମ୍ପାନିରେ ବର୍ତ୍ତର୍ମାନ ନିଯୁକ୍ତି ଅଭିଯାନ ସମ୍ବନ୍ଧୀୟ ଖବର କିଛି ସୋସିଆଲ ମିଡିଆରେ ଏବଂ କେତେକ ଗଣମାଧ୍ୟମରେ ପ୍ରସାରିତ ହେଉଛି । ନୀଳାଚଳ ଇସ୍ପାତ ନିଗମ ଏହା ସ୍ପଷ୍ଟ କରୁଛି ଯେ ଏହି ନିଯୁକ୍ତି ଅଭିଯାନ ଖବର ମିଥ୍ୟା ଏବଂ ବିଭ୍ରାନ୍ତିକର । ଆମେ ଏଭଳି କୌଣସି ନିଯୁକ୍ତି ଅଭିଯାନକୁ ଅନୁମତି ଦେଇନାହୁଁ କିମ୍ବା ଏଥିପାଇଁ ଆମେ କୌଣସି ତୃତୀୟ ପକ୍ଷ ଏଜେନ୍ସିକୁ ନିୟୋଜିତ କରିନାହୁଁ । ଆମେ ସାଧାରଣ ଜନତାଙ୍କୁ ଅନୁରୋଧ କରୁଛୁ ଯେ, ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଏହି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ” ବୋଲି ସେମାନେ ସୂଚାଇଦେଇଛନ୍ତି ।
Live Share Market