ଟାଟା ଷ୍ଟିଲ ଦୁର୍ଘଟଣା ମାମଲା, ଟାଟା ଷ୍ଟିଲ ମେଡିକା ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ଆଉ ୬ ବ୍ୟକ୍ତି

କଳିଙ୍ଗନଗର, ୨୨/୦୩ (ଉ.ନ୍ୟୁଜ୍ ବ୍ୟୁରୋ): ଗତ ତା. ମାର୍ଚ୍ଚ ୨୧ ତାରିଖରେ (ଶୁକ୍ରବାର) ଟାଟା ଷ୍ଟିଲ କଳିଙ୍ଗନଗରରେ ଘଟିଥିବା ଦୁର୍ଘଟଣାରେ ଟାଟା ଷ୍ଟିଲ କର୍ତୃପକ୍ଷ ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, “ଏହି ଘଟଣାରେ ଆମେ ଜନସାଧାରଣ ଏବଂ ସମସ୍ତ ସହଯୋଗୀଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛୁ ଯେ, ଆମ କର୍ମଚାରୀଙ୍କ ସୁସ୍ଥ ଅବସ୍ଥାକୁ ପ୍ରଥମିକତା ଦେଇ ଥାଉ। ଉକ୍ତ ଘଟଣାରେ ଆହତ ହୋଇ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୯ ଜଣଙ୍କ ମଧ୍ୟରୁ ଜଣେ ମାର୍ଚ୍ଚ ୨୧ତାରିଖରେ ଡିସଚାର୍ଜ ହୋଇଥିବା ବେଳେ ୨୨ ତାରିଖ ଶନିବାର ଦିନ ସୁଧା ଆଉ ୬ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଡିସଚାର୍ଜ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ, ଯିଏ କି ଆମର ଜଣେ ସହଯୋଗୀ ପାର୍ଟନରଙ୍କ କର୍ମଚାରୀ, ତାଙ୍କୁ ସତର୍କତାମୂଳକ ଯାଞ୍ଚ ପାଇଁ ତାଙ୍କ କମ୍ପାନୀ ଭୁବନେଶ୍ଵରର  ଅମ୍ରି ହସ୍ପିଟାଲକୁ ନେଇଛି, ଯଦିଓ ସେ ସୁସ୍ଥ ଅଛନ୍ତି । ବର୍ତ୍ତମାନ ଡାକ୍ତରଖାନାରେ ଯେଉଁ ଦୁଇ ଜଣ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ନେଇ  ଡାକ୍ତରୀ ଦଳ ସୂଚନା ଦେଇଛନ୍ତି । ଟାଟା ଷ୍ଟିଲ ମେଡିକାରେ ଆହତ କର୍ମଚାରୀଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ କଟକରୁ ଜଣେ ବିଶେଷଜ୍ଞ ସର୍ଜନଙ୍କୁ ନିଯୋଜିତ କରାଯାଇଛି । ଘଟଣାର ବ୍ୟାପକ ଅନୁସନ୍ଧାନ ପାଇଁ ଜାମସେଦପୁର ସ୍ଥିତ ଟାଟା ଷ୍ଟିଲର ଏକ ଆଭ୍ୟନ୍ତରୀଣ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହି ଘଟଣାର ମୂଳ କାରଣ ଖୋଜିବା ପାଇଁ ଏକ ଉତ୍ସର୍ଗୀକୃତ କମିଟି ଗଠନ କରାଯାଇଛି। ଉକ୍ତ ଟିମ ପୁନରୁଦ୍ଧାର ପ୍ରକ୍ରିୟାର ମୂଲ୍ୟାଙ୍କନ କରିବା ଏବଂ ଭବିଷ୍ୟତରେ କୌଣସି ଅଘଟଣକୁ ଏଡ଼ାଇବା ଏବଂ ସମ୍ଭାବ୍ୟ କାରଣ ଚିହ୍ନଟ କରିବା ପାଇଁ ପ୍ଲାଣ୍ଟରେ ନିୟୋଜିତ କରାଯାଇଛି । ଏହି ଘଟଣା ଦ୍ୱାରା ପ୍ରଭାବିତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ବ୍ୟାପକ ସାନିଟାଇଜେସନ୍ ପ୍ରକ୍ରିୟା ଚାଲିଛି । ଏହା ପୁନଃ ଆରମ୍ଭ କରିବା ପୂର୍ବରୁ ଆମେ ପ୍ରଭାବିତ ୟୁନିଟ୍ ଗୁଡ଼ିକର ସମସ୍ତ ନିରାପତ୍ତା ବ୍ୟବସ୍ଥାକୁ ସତର୍କତାର ସହ ଯାଞ୍ଚ କରୁଛୁ । ନିରାପତ୍ତା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା, ଏବଂ ଆମେ ଆମର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ଆମର କାର୍ଯ୍ୟର ସଚୋଟତା ପ୍ରତି ପ୍ରତିଶ୍ରୁତିବଦ୍ଧ ଅଛୁ ବୋଲି  ଟାଟା ଷ୍ଟିଲ କର୍ତୃପକ୍ଷ କହିଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close