
‘ଉଦୟବଟ’ ତରଫରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
ବ୍ୟାସନଗର,୨୬/୧: ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଉଦୟବଟ’ କାର୍ଯ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆଜି ରବିବାର ସକାଳେ ପାଳିତ ହୋଇଯାଇଛି । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଏଥିରେ ମୁଖ୍ୟବକ୍ତା ଭାବେ, ସମାଜସେବୀ ରାମଚନ୍ଦ୍ର ବାରିକ ଓ ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ନିରାକାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ଦେଶର ଅଖଣ୍ଡତା ପାଇଁ ସମସ୍ତଙ୍କ ହୃଦୟରେ ସଦା ଦେଶପ୍ରେମର ଭାବ ଉଦ୍ରେକ ହେବା ସଂଗେ ସଂଗେ ଦେଶ ତଥା ରାଜ୍ୟର ଉନ୍ନତି ପାଇଁ ସମସ୍ତେ ସମ୍ବିଧାନକୁ ସମ୍ମାନର ସହ ମାନିବା ସହିତ ସାଧୁ ଉପାୟରେ ପରିଶ୍ରମ କରି ନିଜର ଜୀବିକା ଅର୍ଜ୍ଜନ କରିବା ଉପରେ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ ଗୁରୁତ୍ୱାରୋପ କରିଥିଲେ । ଏଥିରେ ସାମ୍ବାଦିକ ଉମାକାନ୍ତ ମହାପାତ୍ର, ଶ୍ରମିକ ନେତା ଅରୁଣ ଦାସ, ସାନ୍ତନ୍ୟୁ ମଲ୍ଲିକ, ଜଗନ୍ନାଥ ମହାପାତ୍ର, ବିନାୟକ ଜେନା, ଗଣେଶ୍ୱର ବେହେରା, କବୟତ୍ରୀ ସୁମିତ୍ରା ମିଶ୍ର, ଜ୍ୟୋତ୍ସାରାଣୀ ଦତ୍ତ, ଗୁଡ଼ି ସୂତାର, ସଂଯୁକ୍ତା ସ୍ୱାଇଁ, ଭାରତୀ ଜେନା, ନିଳେନ୍ଦ୍ରୀ ନାୟକ, ଗୋଲାପ ମଲ୍ଲିକ, ବିଜୟଲକ୍ଷ୍ମୀ ପଣ୍ଡିତ୍, ଭାରୀତ ବିଶ୍ୱାଳ, ଯୁବ ସମାଜସେବୀ ଜନୈକ ଦାସ, ସମୀର କୁମାର ମିଶ୍ର, ସନାତନ ପାତ୍ର, ହରଦୟାଲ ସିଂ, ବିପ୍ଳବ ଦତ୍ତ, ପ୍ରଫୁଲ୍ଲ ବାରିକ, ରମେଶ ଦାସ, ପ୍ରୀତିପାଲ ସିଂ, ନରହରି ବେହେରା, ରତିକାନ୍ତ ମହାନ୍ତି, ତିଳୋତମା ମହାନ୍ତି, କାଳନ୍ଦି ବାରିକ, ଆରତୀ ବାରିକ, ଭାରତୀ ବିଶ୍ୱାଳ, ମିନୁ ପୃଷ୍ଟି, ଗୋଲାପ ମୁଣ୍ଡା, କାଂଚନ ନାୟକ, ବି. ସାବିତ୍ରୀଙ୍କ ସମେତ ବହୁ ଛାତ୍ରଛତ୍ରୀ ଯୋଗ ଦେଇଥିଲେ । ଆଲବମ୍ କଣ୍ଠ ଶିଳ୍ପୀ ହିତାଗ୍ନୀ ମିଶ୍ର ଓ ସାଥି ଜାତୀୟ ସଂଗୀତ ଗାନ କରିଥିଲେ । ‘ଉଦୟବଟ’ର କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍ପ୍ରଭା ରାୟ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ପ୍ରଦୀପ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।