ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ତଥା ଚକ୍ଷୁ ଓ ଦାନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

ବ୍ୟାସନଗର; ୨୩/୦୧(ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥି ସହ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଯାଜପୁର ରୋଡ଼ ତରଫରୁ ଡ଼ ହରିଦାସ କୁଣ୍ଡୁ ମେମୋରିଆଲ ସ୍ବାସ୍ଥ୍ୟ ସଚେତନତା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଡ଼ ପ୍ରସନ୍ନ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ୟ ଶିବିରରେ ଡେଣ୍ଟିଷ୍ଟ ଡ଼ ବିକାଶ ନାୟକ , ଗାଇନିଂ ସ୍ପେଶିଆଲିଷ୍ଟ ଡ଼ ରୂପା ବର୍ଷାନି ଘୋଷ , ନ୍ୟୁରୋ ସର୍ଜରୀ ଡ଼ ଜି .ଏସ. ଷଡ଼ଙ୍ଗୀ , ଚକ୍ଷୁ ରୋଗ ବିଶେଷଜ୍ଞ ଡ଼ ସୁରେନ୍ଦ୍ର କୁମାର ସାହୁ ଙ୍କ ସହ ବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ଏବଂ ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ ଦ୍ଵୀପ ପ୍ରଜ୍ବଳିତ କରିବା ସହ ଦୁଇ ଜଣ ପୁଣ୍ୟାତ୍ମାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଉପସ୍ଥିତ ଡାକ୍ତରମାନେ ସମସ୍ତେ ଦାନ୍ତ ତଥା ଆଖିର ଚିକିତ୍ସା କିପରି କରାଯାଇପାରିବ ସେ ବିଷୟରେ ପିଲାମାନଙ୍କୁ ମାର୍ଗ ଦର୍ଶନ କରାଇବା ସହ ରୋଗର ପ୍ରତିକାର ନିରାକରଣ ସମ୍ପର୍କରେ ବୁଝାଇଥିଲେ। ଏହି ପରି ଦୁଇ ଦୁଇ ଟି କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଅଭିଭାବକ ଓ ପିଲାଙ୍କ ଡାକ୍ତରୀ ଚିକିତ୍ସା ପାଇଁ ସୁ ବନ୍ଦୋବସ୍ତ କରାଯାଇଥିଲା। ସମସ୍ତଙ୍କ ମୁଖରେ ହର୍ଷ ଉଲ୍ଲାସର ବାତାବରଣ ଦେଖିବାକୁ ମିଳିଥିଲା। ଆଜି ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ଦୁଇ ମହାପୁରୁଷ। କଟକ ସହରରେ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ନେତାଜୀ ଜନ୍ମ ଗ୍ରହଣ କରିଥିଲାବେଳେ ୧୮୦୯ ଜାନୁଆରୀ ୨୩ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥଲେ ସୁରେନ୍ଦ୍ର ସାଏ।ଏହି ଦୁଇ ମହାପୁରୁଷ ଆଜିବି ପ୍ରତିଟି ଭାରତୀୟଙ୍କ ପ୍ରାଣରେ ଜୀବୀତ ରହିଛନ୍ତି। “ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି” ଏଭଳି ଡାକରା ଦେଇ ଭାରତୀୟ ଯୁବକଙ୍କୁ ଇଂରେଜଙ୍କ ବିରୋଧରେ ଲଢିବାକୁ ଆହ୍ୱାନ କରିଥିଲେ ବୀର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ନେତାଜୀଙ୍କ ତ୍ୟାଗ ଓ ବଳିଦାନ ହିଁ ଦେଶକୁ ସ୍ୱାଧୀନତା ଆଣି ଦେଇଛି । ଯାହା ପ୍ରତି ଓଡ଼ିଆଙ୍କ ପାଇଁ ଏକ ଗର୍ବର କଥା । ସେହିପରି ବୀର ସୁରେନ୍ଦ୍ର ସାଏ ମଧ୍ୟ ନିଜର ସାହାସ ଓ ଅତୁଳନୀୟ ଧୈର୍ଯ୍ୟକୁ ପୁଞ୍ଜିକରି ଶକ୍ତିଶାଳୀ ଇଂରେଜ ସରକାରଙ୍କୁ ଯୁଦ୍ଧର ଆହ୍ୱାନ ଦେଇଥିଲେ। ଦେଶର ସ୍ୱାଧୀନତା ପାଇଁ ଉଭୟଙ୍କ ଅବଦାନ ଚିର ଅତୁଳନୀୟ ହୋଇ ରହିବ। ଏହି ବୀର ଓଡ଼ିଆ ପୁଅଙ୍କ ଜନ୍ମତିଥୀରେ ସଙ୍ଗୀତ ନିର୍ଦ୍ଦେଶକ ସପନ ବାନାର୍ଜୀ ,ଅଧ୍ୟାପିକା ଅନିନ୍ଦୀତା ବେହୁରା, ତୃପ୍ତିରାଣୀ ରାୟ ଙ୍କ ଦ୍ଵାରା ଦୀପ ପ୍ରଜ୍ବଳିତ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା। କୁନି କୁନି ପିଲାଙ୍କ ଦ୍ଵାରା ନୃତ୍ୟ,ଗୀତ,ଭାଷଣ ପରିବେଷଣ କରାଯାଇଥିଲା। ଅଧ୍ୟାପକ ବିଦ୍ୟାଧର ପରିଡା ସୁଭାଷ ଚନ୍ଦ୍ର ବୋଷ ଙ୍କ ସମ୍ପର୍କରେ ସମ୍ୟକ୍ ବିବରଣୀ ପ୍ରଦାନ କରିବା ସହ ଅଧ୍ୟାପକ ସହଦେବ ପଣ୍ଡା ଆଙ୍କରିଙ୍ଗ ଦାଇତ୍ୱ ନିଭାଇ ଥିଲେ। ଏଥିସହ ମଞ୍ଚ ସାଜସଜ୍ଜା ରେ କଳା ଶିକ୍ଷକ ଉଦୟ କୁମାର ଓଝା,ଅରୁଣ କୁମାର ଜେନା,ବିଶ୍ୱଜିତ୍ ପଣ୍ଡା,ଦୀପକ ପାଣିଗ୍ରାହୀ, ଶ୍ରୀମନ୍ତ କୁମାର ରାୟ, ପ୍ରତ୍ୟୁଷ କୁମାର,ସନ୍ତୋଷ କୁମାର, ପୂର୍ଣ୍ଣଚନ୍ଦ୍ର ହାତୀ, ଜଗନ୍ନାଥ, ମୁରଲୀ,ପ୍ରଶାନ୍ତ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଏଭଳି କାର୍ଯକ୍ରମ କୁ ପ୍ରଶଂସା କରିବା ସହ ସମସ୍ତଙ୍କର ଆରୋଗ୍ୟ କାମନା କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close