‘ବ୍ୟାସନଗର ଲେଖକ ସାମ୍ମୁଖ୍ୟ’ ଓ ‘ବରଗଛ’ ଅନୁଷ୍ଠାନ ତରଫରୁ ‘ଅଭିନନ୍ଦନ ୨୦୨୫’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟାସନଗର, ୦୧/୦୧/୨୦୨୫ (ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦ ପଦ୍ମପୁରର କାବ୍ୟନଗର ସ୍ଥିତ ‘କାବ୍ୟକଳା’ ଭବନରେ ଇଂରାଜୀ ନବବର୍ଷ-୨୦୨୫ ଉପଲକ୍ଷେ ସାହିତ୍ୟ ଓ ସଚେତନଭିତିକ କାର୍ଯ୍ୟକ୍ରମ “ଅଭିନନ୍ଦନ-୨୦୨୫” ବିଶିଷ୍ଟ କବି ତଥା ଯୁଝପଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜୀବଲୋଚନ ରାଉତଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଗତ୍‌ସିଂହପୁର ଜିଲ୍ଲାର ବରିଷ୍ଠ ସାହିତ୍ୟିକ ଦିବାକର ବସ୍ତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ସମାଜ ଓ ସୁଖ ପରିବାର ପାଇଁ ସାହିତ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ‘ଉଦୟବଟ’ର ସଂପାଦକ ତଥା ରାଜ୍ୟସ୍ତରୀୟ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ଉଦାହରଣ ଦେଇ ଅବକ୍ଷୟମୁଖି ସମାଜର ଅପଭ୍ରଂଶ ସଜାଡିବା ପାଇଁ ଏବଂ ସମାଜରେ ସୃଜନଶୀଳତା ଓ ଭାଇଚାରା ବଢ଼ାଇବା ପାଇଁ ସାହିତ୍ୟର ଭୂମିକା ଅବର୍ଣ୍ଣନୀୟ । ସେ କହିଥିଲେ ଯେ, ସମାଜର ହିତ ପାଇଁ ସାହିତ୍ୟର ସୃଷ୍ଟି । ‘ବରଗଛ’ ଅନୁଷ୍ଠାନ ଜରିଆରେ ଚାଲିଥିବା ପରିବେଶର ସୁରକ୍ଷା କାର୍ଯ୍ୟକ୍ରମ ବେଶ ପ୍ରଂଶସନୀୟ ବୋଲି ଶ୍ରୀ ରାଉତ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ବିନାୟକ ରାୟ, ଧିରେନ୍ଦ୍ରନାଥ ମିଶ୍ର, ଚନ୍ଦ୍ରମଣି ସାହୁ, ଅବସରପ୍ରାପ୍ତ ଶିଶୁ ବିକାଶ ଅଧିକାରିଣୀ ପଦ୍ମାଳୟା ପୃଷ୍ଟି ପ୍ରମୁଖ ଯୋଗ ଦେଇ ଇଂରାଜୀ ନୂତନ ବର୍ଷରେ ସୁସ୍ଥ ସାହିତ୍ୟ ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଉପଲକ୍ଷେ ଧରିତ୍ରୀ ଦାସଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିବେଶପ୍ରେମୀ ଅଜୟ କୁମାର ପଣ୍ଡା, ମହେଶ୍ୱର ନାୟକ, ହରେନ୍ଦ୍ର ପାତ୍ର, ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ସାହୁ, ବିଜୟ ବେହେରା, ତପନ ମହାପାତ୍ର, ସୈାମ୍ୟରଂଜନ ସାହୁ, ଅବସରପ୍ରାପ୍ତ ଶ୍ରମ ବିଭାଗ ଅଧିକାରୀ ଗଜେନ୍ଦ୍ର ସାହୁ, ବାଦଲ ସାହୁ, ପଙ୍କଜ ବେହେରା, ସତ୍ୟରଂଜନ ଦାସ, ରାକ୍ଷୀ ମଢ଼ୁଆଳ, ଶ୍ରଦ୍ଧାଞ୍ଜଳି ମିଶ୍ର, ସୈାମ୍ୟରଂଜନ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ନୃତ୍ୟ ଶିଳ୍ପୀ ପୂଣ୍ୟାଶ୍ରୀ ଦିବ୍ୟାଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରିୟଙ୍କା ପରିଜା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close