ବ୍ୟାସନଗରରେ ୩୫ତମ ବାଣିଜ୍ୟ ମେଳା ୨୫ରୁ ଆରମ୍ଭ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର, ୨୩/୧୧(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଚୂନଭାଟି ପ୍ଲଟ ପଡ଼ିଆ ଠାରେ ଚଳିତ ନଭେମ୍ବର ମାସ ୨୫ତାରିଖରୁ ଆରମ୍ବ ହୋଇ ଡିସେମ୍ବର ୫ତାରିଖ ପଯ୍ୟନ୍ତ ଶିଳ୍ପ ବାଣିଜ୍ୟ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଯାଜପୁର ଜିଲ୍ଲାପାଳଙ୍କ ଉଦଘାଟିତ ହେବା ନେଇ କମିଟି ପକ୍ଷରୁ ଏକ ପ୍ରେସ ମିଟ ଜରିଆରେ ସୂଚନା ଦିଆଯାଇଅଛି। ଏଥି ସହିତ ମେଳାରେ ବିଭିନ୍ନ ପ୍ରକାର ଶିଳ୍ପ, ବସ୍ତ୍ର, କୁଟୀର ଶିଳ୍ପ, ବୟନ ଶିଳ୍ପ, ହସ୍ତ ଶିଳ୍ପ, ଗୃହ ଉପକରଣମାନର ବିଭିନ୍ନ ଷ୍ଟଲ ଖୋଲା ଯିବାର ବ୍ୟବସ୍ଥା ମଧ୍ୟ ରହିଅଛି । ଦର୍ଶକମାନଙ୍କ ମଜା ନେବା ପାଇଁ ବିଭିନ୍ନ ପ୍ରକାର ଦୋଳି ଓ ଖାଦ୍ୟ ଷ୍ଟଲର ବ୍ୟବସ୍ଥା କରାଯାଇଅଛି । ପ୍ରତିଦିନ ବାହାର କଳାକାରଙ୍କ ସହିତ ଓ ସ୍ଥାନୀୟ କଳାକାର, କୁନି କୁନି ପିଲା ମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟିର ସଭାପତି ଜିତେନ୍ଦ୍ର ପ୍ରତିହାରୀ କହିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଦର୍ଶକମାନେ ଏଠାକୁ ଆସି ମେଳା ଉପଭୋଗ କରିବା ପାଇଁ ନିବେଦନ କରିଛନ୍ତି । ଏହି ପ୍ରେସ ମିଟରେ ଆୟୋଜକ କମିଟିର ସଦସ୍ୟ ପ୍ରମୋଦ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଦାସ, ସଂଗ୍ରାମ ରାଉତ, ଅର୍ଜୁନ କୁମାର ସ୍ୱାଇଁ, ବିନୋଦ ବିହାରୀ ଜେନା, ଜଗବନ୍ଧୁ ଦାସ, ସ୍ମୃତି ରଞ୍ଜନ ପଟନାୟକ, ସୁବାଶିଷ ରାଉତ, ସେଖ୍ ଦଲାଲଉଦ୍ଦିନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
Live Share Market