ବାତ୍ୟା ‘ଦାନା’ ପ୍ରଭାବିତଙ୍କୁ ଖାଦ୍ୟ ବଂଟନ କଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ

ଧର୍ମଶାଳା,୨୭/୧୦(ଉ. ନ୍ୟୁଜ୍ ବ୍ୟୁରୋ): ବାତ୍ୟା ‘ଦାନା’ର ପ୍ରଭାବରେ ଯାଜପୁର ଜିଲ୍ଲା ଏତେଟା ପ୍ରଭାବିତ ହୋଇ ନ ଥିଲେ ମଧ୍ୟ ଭୀଷଣ ବାତ୍ୟାର ଆଶଙ୍କା କରି ଗତ ୨୪ ତାରିଖ ଦିନ ଦୁର୍ଗତମାନଙ୍କ ପାଖରେ ଖାଦ୍ୟ ପହଚାଂଇବାର ବ୍ୟବସ୍ଥା କରିଥିଲେ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁ (ଲିକୁ) । ସମାଜସେବାରୁ ରାଜନୀତିକୁ ଆସିଥିବା ହିମାଂଶୁ ସର୍ବଦା ପ୍ରାକୃତିକ ବିପଦ ବେଳେ ଅଗ୍ରଭାଗରେ ରହି ଲୋକଙ୍କ ସେବା କରିଥାନ୍ତି । କରୋନା ସମୟରେ ସେ ବହୁ ବ୍ୟକ୍ତିଙ୍କୁ ସାହାଯ୍ୟ/ସହଯୋଗ କରିଥିବା ବେଳେ ଜୀବଜନ୍ତୁଙ୍କୁ ମଧ୍ୟ ଖାଦ୍ୟ ଯୋଗାଇଦେଇଥିଲେ । ଚଣ୍ଡିଖୋଲ ସ୍ଥିତ ଚଣ୍ଡିମନ୍ଦିର ଓ ମହାବିନାୟକ ପୀଠରେ ରହୁଥିବା ହଜାର ହଜାର ମାଙ୍କଡ଼ଙ୍କୁ ସେ ଖାଦ୍ୟ ଯୋଗାଇଦେଇଥିଲେ । କାରଣ ଏହି ସମୟରେ ମନ୍ଦିର ବନ୍ଦଥିବାରୁ ଏଠାକୁ କେହି ଆସୁ ନ ଥିଲେ । ଫଳରେ ମାଙ୍କଡ଼ମାନେ କିଛି ଖାଇବାକୁ ପାଇ ନ ଥିଲେ । କିନ୍ତୁ ଏକଥାକୁ ହିମାଂଶୁ ହିଁ ଠିକ୍ ଭାବେ ବୁଝିପାରି ସେଠାକୁ ଯାଇ ସେମାନଙ୍କ ବ୍ୟବସ୍ଥା କରିଥିଲେ । ବହୁ ଦୁଃଖି ରଙ୍କିଙ୍କୁ ଠିକଣା ସମୟରେ ସାହାଯ୍ୟ କରିବାରେ ହିମାଂଶୁ ବହୁ ଆନନ୍ଦ ପାଆନ୍ତି ।
‘ଦାନା’ ପାଇଁ କାଳେ କିଛି ବ୍ୟକ୍ତି ପ୍ରଭାବିତ ହେବେ ଓ ଖାଦ୍ୟ ସଂଙ୍କଟରେ ପଡିବେ ସେଥିଲାଗି ଲିକୁ ଏହାର ପୂର୍ବଦିନ ଧର୍ମଶାଳାର ବହୁ ଗ୍ରାମକୁ ଶୁଖିଲା ଖାଦ୍ୟ ଓ ଗ୍ରସେରୀ ସାମଗ୍ରୀ ପଠାଇଥିଲେ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅର୍ନ୍ତଗତ ପଟୁଣିଆ ପଂଚାୟତରେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଯୁବକମାନେ ‘ଖେଚିଡି’ କରି ଘରକୁ ଘର ଯାଇ ପ୍ୟାକେଟ ବାଂଟିଥିଲେ ବୋଲି ରାଧାଦେଇପୁର ଗ୍ରାମର ପ୍ରଶାନ୍ତ ଗନ୍ତାୟତ କହିଛନ୍ତି । ପ୍ରାକୃତିକ ବିପଦ ବେଳେ ଲିକୁ ବାବୁଙ୍କ ଏପରି କାର୍ଯ୍ୟ ସବୁବେଳେ ବେଶ ପ୍ରଂଶସିତ ହୋଇଆସୁଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close