ଆସନ୍ତା ଶନିବାର ଓ ରବିବାର ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଖୋଲା ରହିବ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଭୁବନେଶ୍ୱର,୦୨/୧୦(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ରାଜ୍ୟରେ ବାତ୍ୟା ‘ଦାନା’ର ପ୍ରଭାବରେ ଆଜି ରାଜ୍ୟର ବହୁ ଅଂଚଳରେ ଦିନ ତମାମ ବର୍ଷା ଜାରୀ ରହିଥିବାରୁ ବାତ୍ୟା ପରବର୍ତୀ ଥଇଥାନ କାର୍ଯ୍ୟକ୍ରମରେ ବାଧା ଉପୁଜିଛି । କେଉଁଝର, ମୟୁରଭଂଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିବାରୁ ବୈତରଣୀ ଆଦି ନଦୀରେ ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି । ଏସବୁକୁ ଦୃଷ୍ଟିରେ ରଖି ଆସନ୍ତା କାଲି ୪ର୍ଥ ଶନିବାର ଓ ପହରଦିନ ରବିବାର ୦୨ଦିନ ଲାଗ ଲାଗ ଛୁଟି ଥିବା ବେଳେ ଏହାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଂଜନ କୁମାର ସିଂହ ବାତିଲ କରି ଅଧିକାରୀମାନଙ୍କୁ ସଜାଗ ରହିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଫଳତଃ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବିଭିନ୍ନ ବିଭାଗଗୁଡିକ ଏହି ୦୨ ଦିନ ଖୋଲା ରହିବ ବୋଲି ଜଣାଯାଇଛି । ଏସ.ଆର.ସି ତାଙ୍କ ଚିଠି ସଂଖ୍ୟା-୫୨୮୨; ତା ୨୫/୧୦/୨୦୨୪ରେ ସେ ଏହି ନିର୍ଦ୍ଦେଶାନାମା ଜାରୀ କରିଛନ୍ତି ।