ଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ

ଯାଜପୁର ;୧୭/୦୯(ବ୍ୟୁରୋ) : ମଙ୍ଗଳବାର ଭୁବନେଶ୍ଵର ର ଜନତା ମଇଦାନ ଠାରେ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଶୁଭରମ୍ଭ କରିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲାର ୧୦ ଟି ବ୍ଲକ ଓ ୨ ଟି ପୌର ପାଳିକାରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଯାଇଅଛି । ଯାଜପୁର ବ୍ଲକ ଓ ଯାଜପୁର ମ୍ୟୁନିସିପାଲିଟି ପାଇଁ ସ୍ଥାନୀୟ ଏନ. ସି. କଲେଜରେ ମହାସମାରୋହରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯାଜପୁର ବ୍ଲକର ୧୦ ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ୩୫ ହଜାର ଟଙ୍କାର କାର୍ଯ୍ୟ।ଦେଶ ପ୍ରଦାନ କରିଥିଲେ । ଆବାସ ଯୋଜନା ସଂପୂର୍ଣ୍ଣ ହୋଇସାରିଥିବା ୦୨ ଜଣ ହିତାଧିକାରୀଙ୍କୁ ଗୃହ ପ୍ରବେଶ ପାଇଁ ଜିଲ୍ଲାପାଳ ଚାବି ପ୍ରଦାନ କରିଥିଲେ । ସୁଭଦ୍ରା ଯୋଜନାର ହିତାଧିକାରୀମାନେ ଏହି ଯୋଜନାର ସୁଫଳ ବର୍ଣ୍ଣନା କରିଥିଲେ । ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଡି. ବି. ଟି ମାଧ୍ୟମରେ ସିଧାସଳଖ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ସ୍ଵଚ୍ଛତା ହିଁ ସେବା- ୨୦୨୪ ନିମନ୍ତେ ଜିଲ୍ଲାପାଳଙ୍କ ନେତୃତ୍ଵରେ ସ୍ଵଚ୍ଛତା ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ସ୍ଵଚ୍ଛତା ପ୍ରତିବଦ୍ଧତା ରହିବା ଓ ଏଥି ନିମନ୍ତେ ସମୟ ଉତ୍ସଗ କରିବା, ନିଜର ପରିବାର ସ୍ଵସ୍ଥାନ, ଗ୍ରାମ ଏବଂ କର୍ମକ୍ଷେତ୍ର ରୁ ହିଁ ସ୍ଵଚ୍ଛତା ଅଭିଯାନ ଆରମ୍ଭ ହେବ । ଏହି ଉତ୍ସବରେ ଲଳିତେଶ୍ଵର କଳା ପରିଷଦ ର ଛୋଟ ଛୋଟ କଳାକାରମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଓମ ସାଇ ଗୃପର କଳାକାର ମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକର୍ମରେ ସୁଭଦ୍ରା ଯୋଜନାର ଭିଡିଓ ପ୍ରଦର୍ଶିତ ହୋଇଥିଲା । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ନିଜ ନିଜର ସଫଳ କାହାଣୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକୃଷ୍ଣ ଜେନା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ବି. ଡି. ଓ, ଯାଜପୁର ଶ୍ରୀ ସ୍ଵାଗତ ଦାସ, ନିର୍ବାହୀ ଅଧିକାରୀ ପୌର ପରିଷଦ ଶ୍ରୀ ଅରବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବି. ପି. ସି. ମିଶନ ଶକ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱ।ଡି କର୍ମୀ, ସୁଭଦ୍ରା ହିତାଧିକାରୀ, ସି ଆର ପି, ଏମ ବି କେ, ମହିଳା ଉଦ୍ୟୋଗୀମାନେ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close