ଟାଟା ଷ୍ଟିଲର ସର୍ବବୃହତ ପୁଞ୍ଜିନିବେଶ ସ୍ଥଳ ପାଲଟିଛି ଓଡ଼ିଶା-କଳିଙ୍ଗନଗର କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତରୁ ଖୁବ ଶୀଘ୍ର ୮ ନିୟୁତ ଟନକୁ ବୃଦ୍ଧି ପାଇବ

କଳିଙ୍ଗନଗର, ୧୬/୦୯(ଉ.ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଖୁବ୍ ଶୀଘ୍ର ଏହାର କ୍ଷମତା ବାର୍ଷିକ ୩ ନିୟୁତ ଟନ (ଏମଟିପିଏ)ରୁ ୮ ନିୟୁତ ଟନ୍ (ଏମଟିପିଏ)କୁ ବୃଦ୍ଧି ପାଇବ। ଏହି ସମ୍ପ୍ରସାରଣ ଦ୍ୱାରା ଦେଶର ସବୁଠାରୁ ପୁରୁଣା ଇସ୍ପାତ ନିର୍ମାତା ପାଇଁ ଓଡ଼ିଶା ଏକକ ବୃହତ୍ତମ ନିବେଶ ସ୍ଥଳରେ ପରିଣତ ହେବାସହ ଇସ୍ପାତ ଶିଳ୍ପ ଜଗତରେ ଏକ ଗୌରବମୟ ସ୍ଥାନ ଅକ୍ତିଆର କରିବ । ୨୭ ହଜାର କୋଟି ଟଙ୍କା ନିବେଶରେ କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। କମ୍ପାନୀ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ୨୦୧୫ରେ ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିଥିଲା ଏବଂ ୨୦୨୨ ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ) ଅଧିଗ୍ରହଣ ମାଧ୍ୟମରେ ୧୨,୧୦୦ କୋଟି ଟଙ୍କାର ଅତିରିକ୍ତ ବିନିଯୋଗ ସହିତ ଓଡ଼ିଶାରେ ଏହାର କ୍ଷମତାକୁ ଆହୁରି ବୃଦ୍ଧି କରିଥିଲା। ଢେଙ୍କାନାଳ ଜିଲ୍ଲାରେ ଥିବା ଟାଟା ଷ୍ଟିଲ ମେରାମଣ୍ଡଳୀ (ପୂର୍ବରୁ ଭୂଷଣ ଷ୍ଟିଲ ଲିମିଟେଡ) କାରଖାନା ସହିତ ଓଡ଼ିଶାରେ ଟାଟା ଷ୍ଟିଲର ମୋଟ ପୁଞ୍ଜିନିବେଶ ଆଜି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ୨୦୩୦ ସୁଦ୍ଧା ଭାରତରେ ଟାଟା ଷ୍ଟିଲର ୪୦ ଏମଟିପିଏ କ୍ଷମତା ଲକ୍ଷ୍ୟ ହାସଲ କରିବାରେ କଳିଙ୍ଗନଗର କାରଖାନାର ସମ୍ପ୍ରସାରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
                       ଟାଟା ଷ୍ଟିଲର କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, ଭାରତର ଶିଳ୍ପ ରୂପାନ୍ତରଣକୁ ଆଗକୁ ନେବାରେ ଓଡ଼ିଶା ସହ ସହଭାଗୀ ହୋଇ ଆମେ ଗର୍ବିତ। ଖଣିଜ ସମ୍ପଦ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ, ବିପୁଳ ଏବଂ ଦକ୍ଷ ଶ୍ରମଶକ୍ତି ଓ ନିବେଶକ ଅନୁକୂଳ ନୀତି ରାଜ୍ୟରେ ଟାଟା ଷ୍ଟିଲର ଜାରି ରହିଥିବା ଅଭିବୃଦ୍ଧି ଏବଂ ପୁଞ୍ଜିନିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଛି। ଆମର ନିରନ୍ତର ପ୍ରତିବଦ୍ଧତା ମାଧ୍ୟମରେ, ଆମେ ଭବିଷ୍ୟତ ପାଇଁ ଏକ ଉନ୍ନତ ଓଡ଼ିଶା ଗଠନ କରିବା ନିମନ୍ତେ ଉଦ୍ୟମ କରୁଛୁ ଏବଂ ନବସୃଜନତା ଓ ଦୀର୍ଘସ୍ଥାୟୀ ପ୍ରଗତିକୁ ପ୍ରୋତ୍ସାହିତ କରୁଛୁ । ଜାମସେଦପୁର, ଯେଉଁଠାରେ କି ଟାଟା ଷ୍ଟିଲ ୧୧୭ ବର୍ଷ ପୂର୍ବେ କାର୍ଯ୍ୟ ଆରମ୍ଭ କରିଥିଲା । ଗମହାରିଆ (ଝାଡ଼ଖଣ୍ଡ) ଏବଂ ଓଡ଼ିଶା ବ୍ୟତୀତ, ଥାଇଲାଣ୍ଡ, ନେଦରଲାଣ୍ଡ ଏବଂ ବ୍ରିଟେନରେ କମ୍ପାନୀର ଉତ୍ପାଦନ ଜାରିରହିଛି ।
          ଟାଟା ଷ୍ଟିଲ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଦ୍ୱାରା ବିକଶିତ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି) ଭଳି ପ୍ରକଳ୍ପର ବିକାଶ ମାଧ୍ୟମରେ ଓଡ଼ିଶାରେ ଟାଟା ଷ୍ଟିଲର ଉପସ୍ଥିତି ରାଜ୍ୟର ଶିଳ୍ପ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆଣିଛି । ଜିଆଇପି ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ୭୩୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଜିଆଇପିରେ ଆଜି କେବଳ ଟାଟା ଷ୍ଟିଲର କାରଖାନା ନୁହେଁ, ଟାଟା କଞ୍ଜୁମର ପ୍ରଡକ୍ଟସ, ଆନାଡ୍ରୋନ୍ ସିଷ୍ଟମ୍ ପ୍ରାଇଭେଟ୍ ଲିମିଟେଡ୍‌, ଇଷ୍ଟକୋଷ୍ଟ ଓଭରସିଜ୍ ଏବଂ ଓଡିମେଟ୍ ରିସୋର୍ସେସ୍ ସମେତ ଅନ୍ୟାନ୍ୟ କମ୍ପାନି ରହିଛି। ଏହା ସବୁଜ ହାଇଡ୍ରୋଜେନ୍ / ଆମୋନିଆ କାରଖାନା, ଏକ ବିଶ୍ୱସ୍ତରୀୟ ଟେକ୍ନିକାଲ ଆମୋନିୟମ ନାଇଟ୍ରେଟ୍ କମ୍ପେ୍ଲକ୍ସ ଏବଂ ଘରୋଇ ଓ ଶିଳ୍ପ ଗ୍ୟାସ୍ ଆବଶ୍ୟକତା ପୂରଣ କରିବା ପାଇଁ ଏକ ଏଲ୍‌-ସିଏନଜି ରୂପାନ୍ତରଣ ୟୁନିଟ ପ୍ରତିଷ୍ଠା ପାଇଁ ମଧ୍ୟ ଆଶା ରଖିଛି ।  ଲୁହାପଥର ଖଣିର ସମ୍ପ୍ରସାରଣ, ବାଲେଶ୍ୱର ଜିଲ୍ଲାରେ ମହତ୍ୱାକାଂକ୍ଷୀ ସୁବର୍ଣ୍ଣରେଖା ବନ୍ଦର ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ବିକାଶ ଏବଂ ଲୌହ ଅୟସ୍କ ପରିବହନ ପାଇଁ ସ୍ଲରି ପାଇପଲାଇନ ପରି ପ୍ରକଳ୍ପ ଓଡ଼ିଶାରେ ଟାଟା ଷ୍ଟିଲର ଅଭିବୃଦ୍ଧିରେ ସହଯୋଗ କରିଆସୁଛି । ଟାଟା ଷ୍ଟିଲ ସାମାଜିକ ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ଯଥେଷ୍ଟ ପୁଞ୍ଜିନିବେଶ କରିଛି ଯାହା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦେଇଆସିଛି। କଂପାନି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି। ଏହାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ୧୦,୦୦୦ ରୁ ଅଧିକ ଯୁବକଯୁବତୀଙ୍କୁ ତାଲିମ ଦେଇଛି, ସେମାନଙ୍କ ନିଯୁକ୍ତି ଏବଂ ଜୀବିକା ସୁଯୋଗ ବୃଦ୍ଧି କରିଛି ଏବଂ ଏହା ଫଳରେ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ କରିଛି । କଳିଙ୍ଗନଗରରେ କମ୍ପାନି ଏହାର ସମ୍ପ୍ରସାରଣ କ୍ଷମତା (୮ଏମଟିପିଏ)କୁ କାର୍ଯ୍ୟକ୍ଷମ କରିବାକୁ ଯାଉଥିବା ବେଳେ ଟାଟା ଷ୍ଟିଲ ବିଶ୍ୱାସ କରୁଛି ଯେ ଆଗାମୀ ବର୍ଷ ଗୁଡ଼ିକରେ ଏହାକୁ ଦ୍ୱିଗୁଣିତ କରି ୧୬ ଏମଟିପିଏରେ ପହଞ୍ଚାଇବ, ଯାହା ଟାଟା ଷ୍ଟିଲର ଅଭିବୃଦ୍ଧି ଯାତ୍ରାରେ ଓଡ଼ିଶାର ଭୂମିକାକୁ ଆହୁରି ସୁଦୃଢ଼ କରିବ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close